STORYMIRROR

Kishore Nayak

Children

2  

Kishore Nayak

Children

ବଣ ଖବର

ବଣ ଖବର

1 min
181


ବିଲୁଆ ନନା ବିଲୁଆ ନନା 

ପଛକୁ ଟିକେ ବୁଲିକି ଅନା 

ପଛରେ ଆସୁଛି ବାଘ ଭାଇନା 

ହେଣ୍ଟାଳ ରଡି ଛାଡି 

ଗୟଳ ଆସେ ବାଘ ପଛରେ 

ଶିଙ୍ଗରେ ମାଟି ତାଡି ll

ହାତୀ ଭାଇନା ଘୁରି ବୁଲୁଛି 

ଭାଲୁ ଶୋଇଛି ନିଦେ 

ସିଂହାସନରେ ବଣର ରାଜା 

ସିଂହ ବସିଛି ଖେଦେ ll

ଜଙ୍ଗଲ ସାରା ନଦିଏ ଧରା 

ହରିଣ ମାରେ ଡିଆଁ 

ଘର ଚଟିଆ ବସିଛି ଦୁଃଖେ 

ଆସୁଛି ବଣ ଭୁଆଁ ll

ବୁଦା ଉହାଡ଼େ ଲୁଚି ଲୁଚିକା 

ଠେକୁଆ ଖାଏ ଘାସ 

ପାଣି ଅଭାବ ଜଙ୍ଗଲ ସାରା 

ହନୁକୁ ଭାରି ଶୋଷ ll

ବୈଶାଖ ମାସ ଟାଣୁଆ ଖରା 

ବଣରେ ଲାଗିଛି ନିଆଁ 

ପଶୁଠୁ ପକ୍ଷୀ ପ୍ରାଣ ବିକଳେ 

ମାରନ୍ତି ଖାଲି ଡିଆଁ ll

ଏତିକି ବେଳେ ନୀଳ ଆକାଶେ 

ଆସିଲା ମେଘ ଘୋଟି 

ମେଘକୁ ଦେଖି ଖୁସିରେ ସବୁ 

ଭୂଇଁରେ ଗଲେ ଲୋଟି ll

ଢ଼ାଳିଲା ମେଘ ତୁହାକୁ ତୁହା 

ପାଣିରେ ଗଲା ଭରି 

ଜଙ୍ଗଲ ସାରା ଗାଡ଼ିଆ ଯେତେ 

ଉଠିଲା ସବୁ ପୂରି ll

ମନ ଆନନ୍ଦେ ପିଇଲେ ପାଣି 

ଗାଡ଼ିଆ ତୁଠେ ଯାଇ 

ଖୁସିରେ ସବୁ ଉଠିଲେ ନାଚି

ତା' ଥେଇ ତା' ଥେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children