STORYMIRROR

Lokanath Rath

Tragedy Action Classics

3  

Lokanath Rath

Tragedy Action Classics

ବନ୍ଦିନୀ

ବନ୍ଦିନୀ

2 mins
177


କନ୍ୟା ରୂପେ ଜନ୍ମିଲା, ସରାଗେ ସେ ବଢ଼ିଲା, 

ପରିବାର ତାକୁ ପାଇ କେତେ ଖୁସି ହେଲା, 

ପିତାର ଅଲିଅଳି ରାଜ ଜେମା ସେ ହେଲା, 

ମାତାଙ୍କ ଆଖି ତାକୁ ପାଦେ ପାଦେ ଜଗିଲା, 

ଭାଇ ପାଶେ ମାନ ଅଭିମାନ ବି କରିଲା, 

ଗୁରୁଙ୍କ ଆଶିଷ ପାଇ ନାଚ ଗୀତ ଶିଖିଲା, 

ତା ସହିତ ସେ ବିଦ୍ୟା ଲାଭ କରିଲା, 

ସଖୀଙ୍କ ମେଳେ ଖେଳି କୁଦି ଦିନ କାଟିଲା, 

ସାହି ପଡିଶାଙ୍କ ମନ କିଣି, ଆପଣାର କଲା, 

ସ୍ନେହ ମମତା ପାଇ, ସଭିଙ୍କୁ ଖୁସି ବାଣ୍ଟିଲା, 

କନ୍ୟାରତ୍ନ ହୋଇ ସଭିଙ୍କୁ ସେ ଗର୍ବିତ କଲା. 


ହେଲା ସେ ନନ୍ଦିନୀ, ସ୍ନେହ ଡୋରିରେ ବନ୍ଦିନୀ............... 


ବଡ଼ ହେଲା, ସର୍ବ ରୂପ ଗୁଣେ ବଢ଼ିଲା, 

ଯୌବନ ର ସୌନ୍ଦର୍ୟ୍ଯ ତାକୁ ଯେବେ ଆଦରିଲା, 

ପିତା ଖୁସି ସଙ୍ଗେ ମନେ କାତର ହେଲା, 

ମାତାଙ୍କର ଆକଟ ଦିନୁ ଦିନୁ ବଢ଼ିବାରେ ଲାଗିଲା, 

ପିତା ମାତା ଦୁହିଁଙ୍କୁ ବଡ଼ ଚିନ୍ତା ହେଲା, 

ବିବାହ ପାଇଁ କେତେ ପ୍ରସ୍ତାବ ଦେଖା ହେଲା, 

ଭାଇ ପାଶେ ଯାଇ ମନ କଥା କହିଲା, 

ଭାଇ ସବୁ ବୁଝି ମନଲାଖି ବର ଖୋଜିଲା, 

ସଖୀଙ୍କର ଥଟ୍ଟା ଗେଲ ସବୁ ସେ ସହିଲା, 

ବିଭା ହୋଇ ଆଶାରେ ପତି ଘର ଗଲା, 

ସାଇ ପଡିଶା ସଭଙ୍କ ଠାରୁ ବିଦାୟ ନେଲା. 


ହେଲା ସେ କାମିନୀ, ପତି ପ୍ରେମେ ବନ୍ଦିନୀ.... 


ପତି ଘର ଯାଇ ପର କୂଳେ ରହିଲା, 

ଶାଶୁ ଶ୍ୱଶୁର ନଣନ୍ଦ ଦେବର ସବୁ ପାଇଲା, 

ଶଶୁର ଗଞ୍ଜଣା ପାଇ ତୁନି ତୁନି କାନ୍ଦିଲା, 

ନଣନ୍ଦ ପାଦେ ପାଦେ ତାକୁ ଦୋଷ ଦେଲା, 

ଦିଅରର କ୍ରୁର ଥଟ୍ଟା ବଡ଼ କଷ୍ଟ ଦେଲା, 

ସେବା ଯତ୍ନ ଦେଇ ଶ୍ୱଶୁରଙ୍କୁ ସନ୍ତୁଷ୍ଟ କଲା, 

ବନ୍ଧୁ ବାନ୍ଧବଙ୍କୁ ବଡ଼ ଆଦର ସମ୍ମାନ ଦେଲା, 

ସଭିଙ୍କର ଅଳି ଯେତେ ହସି ପୁର୍ଣ କଲା, 

ବହୁ କଷ୍ଟ ସହି ସଭିଙ୍କୁ ଆନନ୍ଦ ଦେଲା, 

ସ୍ନେହ ପ୍ରେମ ଦେଇ ପତିଙ୍କୁ ସୁଖୀ କରିଲା, 

ସେହି ଘରର ସୁନ୍ଦର ଘରଣୀ ସେ ହେଲା. 


ହେଲା ସେ ଗୃହିଣୀ, ସଂସାର ବନ୍ଧନେ ବନ୍ଦିନୀ.......... 


ହସି ଖୁସି ତାର ଦିନ ବିତି ଚାଲିଲା, 

ସବୁ ଦୁଃଖ କଷ୍ଟ ସହି କୋହକୁ ଚାପିଲା, 

ଏବେ ପିତା ମାତା ଙ୍କର ସମ୍ମାନ ବଢ଼ିଲା, 

ଶାଶୁ ଶ୍ୱଶୁର ଙ୍କର ଏବେ ଚିନ୍ତା ନରହିଲା, 

କିନ୍ତୁ ସଭିଙ୍କ ଆଖି ତାକୁ ବିକଳେ ଚାହିଁଲା, 

ତା କୋଳରେ ଏକ ସନ୍ତାନ ପାଇଁ ଖୋଜିଲା, 

ପତି ସଙ୍ଗେ ସାଥୀ ହୋଇ ଗର୍ଭବତୀ ହେଲା, 

ସଭିଙ୍କ ଆନନ୍ଦ ଉତ୍ସାହ ସେ ବଢାଇ ଦେଲା, 

ସନ୍ତାନ ପ୍ରସବ କରି ମାତୃତ୍ୱ ସେ ଲଭିଲା, 

ପ୍ରସବ ଦାରୁଣ ବେଦନାକୁ ଭୁଲି ସେ ଗଲା,

ଆଦରେ ସ୍ନେହ ଦେଇ ସନ୍ତାନକୁ ସେ ବଢ଼ାଇଲା.


ହେଲା ସେ ଜନନୀ, ମମତାର ବନ୍ଧନେ ବନ୍ଦିନୀ......... 


ସମୟର ସଙ୍ଗେ ସବୁ ବଢି ବଢି ଗଲା, 

ନିଜେ ବି ପତି ସଙ୍ଗେ ବାର୍ଦ୍ଧକ୍ୟ ଲଭିଲା, 

ବିଧାତା ପୁଣି କିଛି ପରୀକ୍ଷା ବି କଲା, 

ପିତା ମାତା ଶାଶୁ ଶ୍ୱଶୁର ସଭିଙ୍କୁ ହାରିଲା, 

ଆତ୍ମୀୟ ସ୍ୱଜନ ସଭିଙ୍କ ଚିନ୍ତା ତାକୁ ଘାରିଲା, 

ସନ୍ତାନଙ୍କୁ ଶିକ୍ଷା ଦେଇ ତାଙ୍କ କର୍ମ ଶିଖାଇଲା, 

ସେମାନଙ୍କ ସଂସାର ନିଜ ହାତେ ସେ ଗଢିଲା, 

ନିଜେ ପୁଣି ନିଜ ନାତି ନାତୁଣୀ ଦେଖିଲା, 

ସବୁ ଦୁଃଖ ଯାତନା ଭୁଲି ତାଙ୍କୁ କୋଳାଇଲା, 

ସନ୍ତାନ ତା ମମତା ଭୁଲି ପର କରିଦେଲା, 

ସ୍ୱାର୍ଥପର ଦୁନିୟାରେ ଏବେ ସେ ଏକା ହେଇଗଲା.


ହେଲା ସେ ହିନିମାନି, ମାୟାର ବନ୍ଧନେ ବନ୍ଦିନୀ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy