Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

3  

Aparti Charan Sethi

Tragedy

ବନ୍ଧୁଟିଏ

ବନ୍ଧୁଟିଏ

2 mins
151


ଟିକି ଚଢ଼େଇ ସେ ଟିକି ଚଢ଼େଇ

ଉଡି ଉଡି ଗଛ ପାଖକୁ ଯାଇ 

କାକୁତି ମିନତି ହୋଇ କହ‌ଇ

ଜାଗା ଟିକେ ଦେବ ହେ ଗଛ ଭାଇ?

ଟିକି ଚଢ଼େଇ ସେ ଟିକି ଚଢ଼େଇ।


ବସାଟିଏ ପରା ବାନ୍ଧିବାକୁ ଭାଇ

  ତୁମ ପାଖେ ମୁହିଁ ଆସିଛି ଧାଇଁ 

ଅଣ୍ଡା ଦିଓଟି‌ ମୁଁ ଦେବି ତୁମ ଡାଳେ‌

  ତିନି ମାସ ଗର୍ଭ କଷ୍ଟ ସହ‌ଇ।


କେତେ ଆଡୁ ମୁହିଁ ନିରାଶେ‌ ଫେରିଛି

  ତୁମଠିଁ‌ ଭରସା କରିଛି ମୁହିଁ 

ଆଶ୍ରା ଖୋଜି ଖୋଜି ନିରାପଦ ଜାଗା

  କେଉଁଠି ହେ ଭାଇ ପାଇଲି ନାହିଁ।


ସବୁଠୁଁ ବିପଦ ମଣିଷ ସମାଜ 

  ମଣିଷକୁ ବେଶୀ ଡର ଲାଗ‌ଇ 

ଅଣ୍ଡାଟିଏ‌ ଦେଲେ ନିଷ୍ଠୁର ମଣିଷ

  ଜିହ୍ୱା ଲାଳସାରେ ଖାଏ ସିଝେଇ।


ଛୁଆ ଯଦି ହେବ ଏ ମଣିଷ ତାକୁ

  ପଞ୍ଜୁରୀ ଭିତରେ ରଖିବ ନେଇ 

ତେଣୁ ମୋ ନିଜର କେହି ନାହିଁ ଗଛ

  ତୁମ ଭରସାରେ ଆସିଛି ମୁହିଁ।


ତୁମ ମନ ବଡ଼ ଜାଣିଛି ଯେ ଗଛ

 ନିରାଶେ ଦେବନି ମୋତେ ଫେରାଇ

ଅନୁମତି ଦେଲେ ଛୋଟିଆ ବସାଟି

  ଅବଶ୍ୟ ବାନ୍ଧିବି‌ ତୋ ଡାଳେ‌ ମୁହିଁ।


ହସିଦେଇ ଗଛ କହୁଛି ଆ'ରେ

  ମୋର ଆପଣାର ଟିକି ଚଢ଼େଇ 

ତୋର ମିଠା ମିଠା କୁନିକୁନି କଥା

 ଶୁଣିଦେଲେ ମୋର ପେଟ ପୁର‌ଇ।


ସର୍ବଦା ଉନ୍ମୁକ୍ତ ତୋ ପାଇଁ ମୋ ଦ୍ଵାର

  ତୋର ସେବା ପାଇଁ ରହିଛି ଚାହିଁ 

ଯେତେ ଦିନପାରୁ ରହତୁ ମୋ ଡାଳେ

  ବସା ବାନ୍ଧି ତୁହି ଖୁସି ମନେଇ।


ପର ଉପକାରେ ଜୀବନ ସାର୍ଥକ

  ଚଢେଇକୁ ଗଛ କହେ ବୁଝାଇ 

ପ୍ରେମ ସମ୍ପର୍କରେ ସଂସାର ବାନ୍ଧିବା

  ହିଂସା ରାଗ ପୁଣି ଦେବା ଦୂରେଇ।


ମୋ ଠାରେ ତ ନାହିଁ ପର କି ଆପଣା

  ସର୍ବେ ଅମ୍ଳଜାନ ଯୋଗାଏ ମୁହିଁ 

ଶତ୍ରୁ ମିତ୍ର ବାଛ ବିଚାର ନକରି

  ସବୁ ବାଟୋଇକୁ‌ ଦିଏ ମୁଁ ଛାଇ।


ମୁହିଁ ଥିଲେ ମେଘ ଆସେ ଆକାଶରେ

  ଜଗତ ମୁହଁରେ ହସ ଫୁଟ‌ଇ 

ମୋର କାଠ ଘରତୋଳା କାମେ ଲାଗେ

  ଅନ୍ୟକୁ ମୋ ଫଳ ମୁଁ ବାଣ୍ଟୁଥାଇ।


ଗଛ ରହିଲେ ରେ ଏଜଗତେ‌ ପରା

  ପରିବେଶ ପୁଣି ସ୍ଵଚ୍ଛ ରୁହ‌ଇ 

ଗଛ ନଷ୍ଟ ହେଲେ ଝଡ଼ ବତାସରେ

  ସଂସାରଟି ଧ୍ଵଂସ ବାଟ ଦେଖ‌ଇ।


ଏ ମଣିଷ କିନ୍ତୁ ବୁଝିପାରୁ ନାହିଁ

  କାଟି ଚାଲେ ନିତି ଗଛକୁ ସେହି 

ନିଜ ଗୋଡ଼େ‌ ନିଜେ କୁରାଢ଼ି ମାରୁଛି

  ଆଗପଛ ସବୁ ସେ ଭୁଲି ଯାଇ।


ଯଦି ଏ ମଣିଷ ଲଗେଇବ ଗଛ

  ସବୁଜିମା ହେବ ଏହି ଜଗତ 

ଦୈବ ଦୁର୍ବିପାକ ରୋଗ ଦୁଃଖ ଶୋକ

  ନିଶ୍ଚେ ଦୂରହେବ ହସିବ କ୍ଷେତ।


ତେଣୁ ତୁ ଆ'ରେ ଟିକି ଚଢ଼େଇ ତୁ

 ମୋ କୋଳରେ ଥରେ ଖୁସିରେ ବସ

ଖାଇବା ପାଇଁକି ଦେବି ମୁହିଁ ତୋତେ

  ମୋ ପାଚିଲା ଫଳ ସୁସ୍ଵାଦୁ ରସ।


ସ୍ନେହ ମମତାର ମହାନଦୀ ଜଳ

  ଦେବିପରା ତୋତେ ପିଇବା ପାଇଁ

ମୋ କୋଳ ରଖିଛି ଖୋଲା ତୋହପାଇଁ

  ନିଶ୍ଚିନ୍ତ ହୋଇକି ଶୋଇବୁ ତୁହି।


ନୁହେଁ ତ ମୁଁ କିନ୍ତୁ ମଣିଷ ଭଳିଆ

  କେବେ ହେବି ନାହିଁ ଯେ ସ୍ଵାର୍ଥପର 

ଅନ୍ୟର ମଙ୍ଗଳ କାମନା ମୋ ଧର୍ମ

  ଅପକାର ନାହିଁ ଜାତକେ ମୋର।


ଏହା ଶୁଣି ଟିକି ଚଢ଼େଇ ସେ ଦିନୁଁ

  ଗଛ ଡାଳେ‌ ବସା ବାନ୍ଧି ରହିଲା 

ମମତା ଡୋରୀରେ ଛନ୍ଦି ହୋଇ ସିଏ

  ଗଛ ସହିତରେ ବନ୍ଧୁ ବାନ୍ଧିଲା।


ଚଢେଇର‌ ଅଣ୍ଡା ଛୁଆ‌ ଫୁଟି ଗଲେ

  ଆନନ୍ଦରେ ଡେଣା ମେଲି ଉଡିଲେ

ଏମିତି ଅନେକ ଚଢ଼େଇ ଆସିଲେ

  ଆନନ୍ଦେ ଗଛରେ ଗୀତ ଗାଇଲେ।


ଗଛଟି‌ କହୁଛି ସଂସାର ବୃକ୍ଷେ

  ମଣିଷ ଛୁଆ ସେହି 

ଡେଣା ଲାଗିଲେ ଉଡ଼ି ଯାଆନ୍ତି

  ସମ୍ପର୍କ କାଟି ଦେଇ।



Rate this content
Log in

Similar oriya poem from Tragedy