ବନ୍ଧୁତ୍ୱ
ବନ୍ଧୁତ୍ୱ
ବନ୍ଧୁ ବୋଲି ଡାକି ଥିଲା ପାଞ୍ଚାଳୀ ହେ
କୁରୁ ସଭା ତଳେ ଥରେ
ବନ୍ଧୁତ୍ଵତା ରଖି ଦୁଃଶା କବଳରୁ
ଉଦ୍ଧାର କରିଲ ହେଳେ
ସୁଦାମା ଦରିଦ୍ର ବ୍ରାହ୍ମଣ ତୁମକୁ
ବାଲ୍ୟ ବନ୍ଧୁ ମାନିଥିଲା
ଖୁଦଭୁଜା ବିନିମୟ ରେ ବିପୁଳ
ବୈଭବ ପ୍ରାପ୍ତି ହୋଇଲା
ବନ୍ଧୁ ବୋଲି ଦିନେ ବନ୍ଧୁ ମହାନ୍ତି ହେ
ଆତୁରେ ଛାଡ଼ିଲା ଡାକ
ସହିନପାରିଲ ନେଇ ଦେଇଥିଲ
ପରା ସୁନାଥାଳି ଭୋଗ
ଦୁଃଖୀ ପ୍ରାଣଧନ ଦୀନବନ୍ଧୁ ନାମ
ତେଣୁକରି ଅଛ ବହି
ନହେବ ଉପଳ ଆହେ ଆଦିମୂଳ
ଡାକୁଅଛି ଦୂରେ ଥାଇ
ଅଭାଗା ବୋଲି ମୋ ବନ୍ଧୁତ୍ୱ କୁ ପ୍ରଭୁ
ପାଦରେ ନେଦେବ ଠେଲି
ସଂସାର ଅତଳ ସାଗର ରୁ ବନ୍ଧୁ
କରିଦେବ ମୋତେ ପାରି
ଆଉ କହ କିଏ ଅଛି ବା ଭୂଧରେ
ତୁମ ପରି ଗୋଟେ ବନ୍ଧୁ
ବଳିଆରଭୁଜ ଦୁଃଖୀ ର ସଙ୍ଗାତ
ମହାବାହୁ କୃପାସିନ୍ଧୁ
ବନ୍ଧୁତ୍ୱ ବନ୍ଧନେ ବାନ୍ଧିଲି ହେ ବନ୍ଧୁ
ମହାନ୍ ତୁମେ ମୁଁ ହୀନ
ରଖିଅଛି ଆଶା କରିଛି ଭରଷା
ରଖିବ ମୋ ବନ୍ଧୁ ପଣ
