STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
297

 ବନ୍ଧୁ ବୋଲି ଡାକି ଥିଲା ପାଞ୍ଚାଳୀ ହେ

କୁରୁ ସଭା ତଳେ ଥରେ

ବନ୍ଧୁତ୍ଵତା ରଖି ଦୁଃଶା କବଳରୁ

ଉଦ୍ଧାର କରିଲ ହେଳେ


ସୁଦାମା ଦରିଦ୍ର ବ୍ରାହ୍ମଣ ତୁମକୁ 

ବାଲ୍ୟ ବନ୍ଧୁ ମାନିଥିଲା

ଖୁଦଭୁଜା ବିନିମୟ ରେ ବିପୁଳ

ବୈଭବ ପ୍ରାପ୍ତି ହୋଇଲା


ବନ୍ଧୁ ବୋଲି ଦିନେ ବନ୍ଧୁ ମହାନ୍ତି ହେ

ଆତୁରେ ଛାଡ଼ିଲା ଡାକ

ସହିନପାରିଲ ନେଇ ଦେଇଥିଲ

ପରା ସୁନାଥାଳି ଭୋଗ


 ଦୁଃଖୀ ପ୍ରାଣଧନ ଦୀନବନ୍ଧୁ ନାମ  

ତେଣୁକରି ଅଛ ବହି

ନହେବ ଉପଳ ଆହେ ଆଦିମୂଳ

ଡାକୁଅଛି ଦୂରେ ଥାଇ


ଅଭାଗା ବୋଲି ମୋ ବନ୍ଧୁତ୍ୱ କୁ ପ୍ରଭୁ

ପାଦରେ ନେଦେବ ଠେଲି

ସଂସାର ଅତଳ ସାଗର ରୁ ବନ୍ଧୁ

କରିଦେବ ମୋତେ ପାରି


ଆଉ କହ କିଏ ଅଛି ବା ଭୂଧରେ

ତୁମ ପରି ଗୋଟେ ବନ୍ଧୁ

ବଳିଆରଭୁଜ ଦୁଃଖୀ ର ସଙ୍ଗାତ

ମହାବାହୁ କୃପାସିନ୍ଧୁ


ବନ୍ଧୁତ୍ୱ ବନ୍ଧନେ ବାନ୍ଧିଲି ହେ ବନ୍ଧୁ

ମହାନ୍ ତୁମେ ମୁଁ ହୀନ

ରଖିଅଛି ଆଶା କରିଛି ଭରଷା

ରଖିବ ମୋ ବନ୍ଧୁ ପଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics