STORYMIRROR

Sunanda Mohanty

Action Fantasy Thriller

3  

Sunanda Mohanty

Action Fantasy Thriller

ବନ୍ଧୁତ୍ୱର ଇନ୍ଦ୍ରଧନୁ

ବନ୍ଧୁତ୍ୱର ଇନ୍ଦ୍ରଧନୁ

1 min
134


ହେ ମୋର ଦରଦୀ ବନ୍ଧୁ

ଟିକେ ରୁହ ଟିକେ ରୁହ

ହୃଦୟ ସମୁଦ୍ରର ଢେ଼ଉ ଗଣି

ମାପିପାରିଛ କି କୋହ

ମିଛ ମାୟ ଭରା ଧରଣୀରେ

ଦେଖା ହେଲା କାହିଁ କୁହ

ତୁମ ସହରର ସାତରଙ୍ଗ ଡାକି

କି ଦେଇ ପାରିଛି ଥରେ କୁହ

ନିବିଡତା ଭରା ଅନ୍ତର କଥା

ବୋହିନି ହୋଇ ଲୁହ

କିଏ କହୁଥିଲା ବନ୍ଧୁତା ବଢେଇ

ଭୁଲିଯିବା କଥା କୁହ

ପଚାର ମନକୁ ଆଗେ ତୁମେ ଅବା

କିଏ ଦେଇଛି ଆଖିରେ ଲୁହ

ତଥାପି ଡାକୁଛି ଦରଦୀ ବନ୍ଧୁ ମୋ

ଭଲରେ ଦୂରରେ ରୁହ

ବଞ୍ଚିଥିବା ଯାଏଁ କି ଦେଇପାରିବି

ଏଜୀବନେ ଆଉ କୁହ

ମାରିବା ଖବର ଶୁଣିଲେ ବନ୍ଧୁହେ

ପଛକୁ ଚାହିଁ କଥା ଦିଅ

ଅନୁରାଗ ଅବା ଅନୁକମ୍ପା

ଥାଉ ଛାତିରେ

ଜଳିଯିବା ଯାଏଁ ଜୁଇର

ଶେଷ ରୁଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action