ବନ୍ଧୁତ୍ୱର ଇନ୍ଦ୍ରଧନୁ
ବନ୍ଧୁତ୍ୱର ଇନ୍ଦ୍ରଧନୁ
ହେ ମୋର ଦରଦୀ ବନ୍ଧୁ
ଟିକେ ରୁହ ଟିକେ ରୁହ
ହୃଦୟ ସମୁଦ୍ରର ଢେ଼ଉ ଗଣି
ମାପିପାରିଛ କି କୋହ
ମିଛ ମାୟ ଭରା ଧରଣୀରେ
ଦେଖା ହେଲା କାହିଁ କୁହ
ତୁମ ସହରର ସାତରଙ୍ଗ ଡାକି
କି ଦେଇ ପାରିଛି ଥରେ କୁହ
ନିବିଡତା ଭରା ଅନ୍ତର କଥା
ବୋହିନି ହୋଇ ଲୁହ
କିଏ କହୁଥିଲା ବନ୍ଧୁତା ବଢେଇ
ଭୁଲିଯିବା କଥା କୁହ
ପଚାର ମନକୁ ଆଗେ ତୁମେ ଅବା
କିଏ ଦେଇଛି ଆଖିରେ ଲୁହ
ତଥାପି ଡାକୁଛି ଦରଦୀ ବନ୍ଧୁ ମୋ
ଭଲରେ ଦୂରରେ ରୁହ
ବଞ୍ଚିଥିବା ଯାଏଁ କି ଦେଇପାରିବି
ଏଜୀବନେ ଆଉ କୁହ
ମାରିବା ଖବର ଶୁଣିଲେ ବନ୍ଧୁହେ
ପଛକୁ ଚାହିଁ କଥା ଦିଅ
ଅନୁରାଗ ଅବା ଅନୁକମ୍ପା
ଥାଉ ଛାତିରେ
ଜଳିଯିବା ଯାଏଁ ଜୁଇର
ଶେଷ ରୁଅ ।
