ବନ୍ଧୁ
ବନ୍ଧୁ
ପ୍ରିୟ ସାଥି ବନ୍ଧୁ ସୁଖ ପ୍ରଦାୟକ
ସମ୍ବେଦନ ସ୍ନେହଶୀଳ
ଦେଖିଦେଲେ ମୁହଁ ପ୍ରକୃତ ବନ୍ଧୁର
ମନ ହୁଏ ସୁଶୀତଳ ।
ପ୍ରସ୍ଫୁଟିତ ହୁଏ ହୃଦୟ ଆବେଗ
ସଦ୍ଭାବନା ସୁବିଶ୍ବାସ
ଫୁଲ ପରି ଲାଗେ ମନଟି ହାଲୁକା
ମୁହଁରେ ଫୁଟଇ ହସ ।
ବିତଇ ସମୟ ହାସ୍ୟ କଉତୁକେ
ନିବିଡ଼ ଆତ୍ମବନ୍ଧନ
ଭାବ ଅନୁଭବେ ନିଃସ୍ଵାର୍ଥପର
ସାଧୁତା ବନ୍ଧୁ ଲକ୍ଷଣ ।
ଆପଦ ବିପଦେ ସୁଖ ଅବା ଦୁଃଖେ
ବନ୍ଧୁ ଦେଇଥାଏ ବଳ
ବନ୍ଧୁ ବିନା ଲାଗେ ସ°ସାର ଅସାର
ପ୍ରିୟ ବନ୍ଧୁ ଆପଣାର ।
ଆଶାର ଦ୍ୟୋତକ ପ୍ରାଣ ଉଦ୍ଦୀପକ
ବନ୍ଧୁତା ପ୍ରେମ ସୁନ୍ଦର
ହୃଦୟ ମନକୁ କରେ ଏକାକାର
ପର ହୁଏ ଆପଣାର ।
ଜୀବନର ପଥ ସରଳ ସୁଗମ
ହୋଇଥାଏ କୁସୁମିତ
ଥିଲେ ବନ୍ଧୁ ପାଶେ ବାଧା ପ୍ରତିବନ୍ଧ
ହେଳେ ହୁଏ ନାଶହ୍ରାସ ।
ବଢୁ ସୁସମ୍ପର୍କ ନିବିଡ଼ ବନ୍ଧୁତା
ଆଖି ଖୋଜି ବୁଲୁଥାଏ
ଅହୋ ଭାଗ୍ୟବାନ ମଣ ଲାଭ କଲେ
ବନ୍ଧୁ ପରି ବନ୍ଧୁଟିଏ ।
-----
