STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ବନ୍ଧୁ ପରି ବନ୍ଧୁ

ବନ୍ଧୁ ପରି ବନ୍ଧୁ

1 min
487

ଜଗତ ର ବନ୍ଧୁ, ତମେ ଗୋପବନ୍ଧୁ

ଉତ୍କଳ ର ତମେ ମଣି

ଯେ କର୍ମ କରିଛ, ଭଲ ଯେ ପାଇଛ

ଉତ୍କଳ ର ଜନ ଋଣୀ


ଜନ ସେବା ପାଇଁ, ଦିବା ନିଶି ଧାଇଁ

ଚାଲ ଯେ ଅନବରତ

ସାମର୍ଥ୍ୟ ରୁ ଅତି, କର ସେବା ନିତି

ହେ ପୂଜ୍ୟ ଉତ୍କଳ ସୁତ


ସ୍ତିରିପୁତ୍ର ଛାଡି, ପାଗଳ ଟେ ପରି

ଯାଅ ଚାଲି ବାତ୍ୟା ବନ୍ୟା

ଚୁଡ଼ା ଗୁଡ଼ ମୁଢ଼ି, ଟଙ୍କା ନିଜ କାଢି

ଜନ୍ମ ଦେଲ ପୁତ୍ର କନ୍ୟା


ନିଜ ପୁତ୍ର ମର, ଦେଖି ପିଣ୍ଡ ତାର

ବୋଲିଲ ଅର୍ଦ୍ଧାଙ୍ଗି ଠାରେ

ଗୋଟିଏ ହାରିଛି, ଶହେ ମୁଁ ଆଣିଛି

ଦୁଃଖ କିମ୍ପା ତବ ଠାରେ


ହାରିବୀ ପୁତ୍ର କୁ ,ବୁଝାଅ ଵାମା କୁ

ଝୁର ନାହିଁ ପତ୍ନୀ ମୋର

ପୁତ୍ର କୁ ଯେ ବାଜି ,ଲଗାଇ ମୁଁ ଆଜି

ବଂଚାଇଛି ଶିଶୁ ନର


ଦେଶର ଯୁବକୁ, ଆଗେ ବଢ଼ିବାକୁ

କହୁଥିଲ ଗୋଟେ କଥା

ପଛ ଘୁଞ୍ଚା ନାହିଁ ,ବୀର ର ଜାତକେ

ନଇଁବା ନାହିଁ ଯେ ମଥା


ମିଶୁ ମୋର ଦେହ ,ଏ ଦେଶ ମାଟିରେ

କେ କହି ପାରିବ ଆଉ

ସ୍ବାର୍ଥ ବାଦି ସାଜି ,କହନ୍ତି ଯେ ଆଜି

ମୋର ସ୍ବାର୍ଥ ପୂର୍ଣ୍ଣ ହେଉ


ନିଜ ସ୍ବାର୍ଥ ଭୁଲି ,କରୁଥିଲ ଚାଲି

ଦେଶ ପାଇଁ କେତେ କାମ

ତୁମରି ଔରସୁ ,ଜାତ ହୋଇ ଆମେ

ଯାଇଛୁ ହୋଇ ଅଧମ


ଦୁଃଖୀ ର ପାଖରେ ,ରୋଗୀର ସେବାରେ

ଥାଅ ଯେ ସେବକ ସାଜି

ବରଷା କାକର ,ଗ୍ରୀଷିମ ପ୍ରଖର

ସେବାରେ ଥାଅ ଯେ ମୋଜି


ତବ ପରି ବନ୍ଧୁ ,ନାହିଁ ଗୋପବନ୍ଧୁ

ନାହିଁ କେହି ଜଗତରେ

ଆସନ୍ତକି ଫେରି ପୁଣିଥରେ ପୁରୀ

ବନ୍ଧୁତ୍ୱ ତୁମକୁ ଝୁରେ


Rate this content
Log in

Similar oriya poem from Abstract