ବନ୍ଧନ
ବନ୍ଧନ
ଗୋଟିଏ ଡୋରିରେ ବନ୍ଧା ହେଲେ ଦୁହେଁ
ସାତ ଜନ୍ମର ଏ ବନ୍ଧନ
ସାଥେ ହୋଇ ଆମେ ବାଟ ଚାଲୁଥିବା
ଆସୁ ପଛେ ଯେତେ ବାଧାବିଘ୍ନ
ସୁଖ ଦୁଃଖ ଭରା ଆମରି ଏହି ଜୀବନ
ମନେ ରଖିବାନି ଭୟ
ସବୁ ସମସ୍ୟାକୁ ସାମ୍ନା କରୁଥିବା ଆମେ
ଆସୁ ପଛେ ଯେତେ ଝଡ଼
ଟୋପାଏ ସିନ୍ଦୁର ଓ ଦୁଇପଟ ଶଙ୍ଖା
ବାନ୍ଧିଦେଲ ତୁମ ସାଥେ
ମନେ ରଖିବାନି ମାନ ଅଭିମାନ
ଚାଲୁଥିବା ନୀତି ବାଟ ।।