କଳାଠାକୁର
କଳାଠାକୁର
ଲୁହରେ ଭିଝୁଛି ଏହି ଦୁଇ ଆଖି
କେମିତି ପାରୁଛୁ ସହି
ଦୁଃଖ ସାଗରେ ମୋତେ ଭସାଇ
ଆନନ୍ଦରେ ବସିଛୁ ତୁହି ।
ଛନ୍ଦ କପଟ ମୋ ମନେ ନାହିଁ
କେମିତି ପାରୁନୁ ଜାଣି
ମୋରି ଭାଗ୍ୟରେ ଏମିତି ଲେଖିଲୁ
ପାରୁନାହିଁ ମୁଁ ସହି ।
କେତେ ପରୀକ୍ଷା ନେବୁରେ କାଳିଆ
ଅଧିର ହେଲିଣି ମୁଁହି
ସଂସାରର ବୋଝ ମୁଁ ପାରୁନାହିଁ ବୋହି
ନେରେ କାଳିଆ ତୁହି ।