ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ରହିଲା ସାକ୍ଷୀ
1 min
368
ଭାଇ ଭଉଣୀର ଏ ପବିତ୍ର ସମ୍ପର୍କ
ରାକ୍ଷୀତ କେବଳ ସାକ୍ଷୀ
ସବୁବେଳେ ରହୁ ଅତୁଟ ବନ୍ଧନ
ପ୍ରଭୁଙ୍କ ପାଶେ ମୋ ଅଳି ||
ରାକ୍ଷୀ ନୁହେଁ ସେତ ରେଶମର ଡୋର
ଫିଟେଇଲେ ଫିଟେ ନାହିଁ
ସେହ୍ନ ଶ୍ରଦ୍ଧାରେ ପରିପୂର୍ଣ୍ଣରେ ଭରା
ବନ୍ଧନ ଜନ୍ମ ଜନ୍ମର ||
ସବୁବେଳେ ଥିବୁ ମୋ ସାଥିରେ ଭାଇ
ଦେବୁନାହିଁ କେବେ ଦୁରେଇ
ତୋ ପରି ଭାଇ ସବୁ ଜନ୍ମରେ ମିଳୁ
ତୋ ପାଖେ ମୋର ଅଳି ||