ଆସ ଆମେ...
ଆସ ଆମେ...
ଦେଖୁ ଦେଖୁ ..ଚାହୁଁ ଚାହୁଁ
ପରସ୍ପରକୁ ଚିହ୍ନୁ ଚିହ୍ନୁୁ
ଜୀବନର ଏତେ ଗୁଡେ ସମୟ ବିତି ଗଲା ।
କିଛି ଖଟା ...କିଛି ମିଠା
ଅନୁଭୂତି ସବୁକୁ ସାଉଁଟି
ଅତୀତ ପୁଟୁଳି ଭରିଗଲା ।
ତଥାପି...ତଥାପି ଅଛି କିଛି ବାକି,
ଆସ ,ସମୟ ସାଥିରେ ଚାଲୁଥିବା ।
ଦିନେ ଆମେ ବୁଝିବା
ଦୁହେଁ ଦୁହଁରେ ହଜିବା ।
ଯେବେ ଯାଏଁ ଲିଭୁଥିବ ସଙ୍କୋଚର ରେଖା
ଅଦୃଶ୍ୟ ହୋଇଯିବ ପ୍ରଶ୍ନବାଚୀର ଆଶା
ଆସ,ଆମେ ଚାଲୁଥିବା ।

