କେବେ ଯିବୁ ନାହିଁ ଭୁଲି
କେବେ ଯିବୁ ନାହିଁ ଭୁଲି
ଜଗନ୍ନାଥ ଙ୍କୁ ଆଶିଷ ମାଗିଛି
ସୁଖରେ ତୋ ଦିନ ଯାଉ
ତୋ ଆଖିରେ ସୁଖ ଦେଖି ଦେଖି ମୋର
ପ୍ରାଣ ଛାଡି ଛାଡି ଯାଉ।
ଫୁଲ ଫଗୁଣ ରେ ତୋ ସୁନା ସଂସାର
ସବୁ ବେଳେ ହସୁ ଥାଉ
ଦୁଇ ଆଖିରୁ ମୋ ଜୀବନ ଯାକ
ଲୁହ ସଦା ଝରୁ ଥାଉ।
ଜୀବନ ରେ କେବେ ମନେ ପଡ଼େ ଯଦି
ଅଭୁଲା ଅତୀତ କଥା
ପଛ କଥା ଭାବି ହୃଦୟ କୁ ତୋର
କେବେ ଦେବୁ ନାହିଁ ବ୍ୟଥା।
ବାପ ଘର ଆଡ଼େ ବରଷ କୁ ଥରେ
ଆସୁ ଯଦି କେବେ ବୁଲି
ବନ୍ଧୁ ର ସମାଧି ଦେଖିବା ପାଇଁ ଲୋ
କେବେ ଯିବୁ ନାହିଁ ଭୁଲି ।

