STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ଉଦାସୀ ତାରା

ଉଦାସୀ ତାରା

1 min
204


ନିଝୁମ୍ ରାତିରେ

ଉଦାସୀ ତାରା ଗୋ

ଉଜାଗରେ କିଆଁ ଜଳୁଛ !

ଦୂର ଆକାଶରେ

 କାହା ପ୍ରତୀକ୍ଷାରେ

 ଆଶାର ଦୀପାଳି ଯାଳୁଛ ।


    ଘନ ଅନ୍ଧକାରେ

    ନୀରବ ବେଳାରେ

    ନିମଗ୍ନ ମାନସେ ମାନିନୀ

     ଆଗୋ ତପସ୍ୱିନୀ

     ତୃଷିତ ନୟନେ

     କିଆଁ ଗୋ ପାହୁଛ ଯାମିନୀ ।


ନଭ ପ୍ରାସାଦର

ରାଜକନ୍ୟା ଆଗୋ

କି ଅବl ଐଶ୍ୱର୍ଯ୍ୟ ଉଣା

ନିଦଭରା ଏଇ

ମଧୁ ଯାମିନୀରେ

କାହିଁପାଇଁ ଆନ ମନl ।


     ଅଙ୍ଗେ ଅଙ୍ଗେ ତୁମ

     ହୀରକ ଝଟକେ

     ଚଞ୍ଚଳl ଯିବ ଯେ ଲୁଚି

     ଆନ କି ବିଭବ

     ଲାଗି ଅନୁରାଗ

     ମନରେ ରଖିଛ ସଞ୍ଚି ।.


ଚନ୍ଦ୍ର ଚକିତ

ରଜନୀରେ କିଆଁ

ହୁଅ ତୁମେ ଭୀତତ୍ରସ୍ତ

ଚନ୍ଦ୍ରକଳାରେ ଚର୍ଚିତ ଇନ୍ଦୁ

ଚଞ୍ଚକ ସେ କଳଙ୍କିତ ।


    ପକ୍ଷେ ଆଲୋକ

    ଭରଇ ପୁଲକ

    ଆନ ପକ୍ଷେ ଅନ୍ଧକାର

    ଜୋଛନା ତାହାର

    ମାୟା ମରୀଚିକା

    ମେଣ୍ଟେନା ତୃଷା କାହାର ।


ପୁଣ୍ଯ ପ୍ରଭା ଗୋ

କ୍ଷୀଣ ଝଲକେ

ମୋହି ନିଅ କୋଟି ହୃଦ

ବିଚ୍ଛୁରିତ ହେଉ

ନୈସର୍ଗିକ ଆଭା

ଦୂର ହେଉ ଅବସାଦ ।

 ~~~~~~~~~~~~~~~~~~~~~


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract