STORYMIRROR

Rabindra Kumar Shasamalla

Romance Others

4  

Rabindra Kumar Shasamalla

Romance Others

ଗଜରା ହାର

ଗଜରା ହାର

1 min
290


ପ୍ରିୟା ପିନ୍ଧେ ଯେବେ 

       ଗଜରା ହାର 

ଗଭା ତା'ର ଦିଶେ 

       କେଡ଼େ ସୁନ୍ଦର ।।


ଗଭାର ଗର୍ଭରୁ 

       ହୋଇଛି ଜାତ 

ସତରେ ଯେମିତି 

       ଝରଣା ସ୍ରୋତ ।।


ଗହଳ ବହଳ 

    ତା' କେଶ ସ୍ପର୍ଶେ

ଦେଖିଲି ଝୁଲୁଛି 

       ଗଜରା ହର୍ଷେ ।।


ପ୍ରିୟାର ଗଭାରେ 

      କି ଯାଦୁ ଅଛି 

ଗଜରା ସମ୍ପୂର୍ଣ୍ଣ 

       ତାଜା ରହୁଛି ।।


ଝାଉଁଳେ ନାହିଁ କି 

      ମ‌ଉଳେ ନାହିଁ 

ମିଟି ମିଟି କରି 

      ରହେ ସେ ଚାହିଁ ।।


ଭାବି ହୁଏ ମୁଁ ଯେ 

       ମନ କୁ ମନ 

ହୁଅନ୍ତି କି ସେଇ 

      ସୌଭାଗ୍ୟ ବାନ ।।


ହୋଇ ଯାଆନ୍ତି ସେ 

        ଗଜରା ଭଳି 

ପ୍ରିୟା ଗଭା ଦେଶେ 

        ଥାନ୍ତି ଓହଳି ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance