Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Romance Tragedy

3  

Narayan chandra Senapati

Romance Tragedy

ବନ୍ଧା ହୃଦୟ

ବନ୍ଧା ହୃଦୟ

1 min
163


ମନ ଦଉଡିରେ ବନ୍ଧା ହୃଦୟଟା (ଯେବେ)

ଖେଳୁଥାଏ ଝୁଲି ଦୋଳି,

ପ୍ରେମ ସମୀରଟା ତା ଦେହ ଛୁଇଁଲେ

ହସେ ତା ଆନନ୍ଦ କଳି ।

ପ୍ରୀତିର ପରଶ ସଜ ଗୋଲାପ

ସେ ଦିଏ ଯେବେ ତା ସୁଗନ୍ଧ

ସାଗର ତରଙ୍ଗ ପରି ନାଚୁଥାଏ

କି ବିଭୋର କି ଆନନ୍ଦ !

ଭଲ ପାଇବାର ସଜ ଆକର୍ଷଣ (ଯେବେ),

ଖୋଲେ ପ୍ରଣୟ ସିନ୍ଦୁକ

ମିଳନର ନିଶା ଶୟନେ ସପନେ

ସଜାଏ ପ୍ରେମୀ ଭାବୁକ ।

ମନର ମାନସ ଅବା ତା ମାନସୀ

ଧନ୍ୟ ତାଙ୍କ ସମ୍ମୋହନ

ବିଜୟ ଦୁର୍ଗରେ ପଦାର୍ପଣ କଲେ

ଦେଖନ୍ତି ଇନ୍ଦ୍ର ଭୁବନ ।

ପ୍ରତାରଣା କିମ୍ବା ଦୁର୍ଯୋଗ ସିଡିରୁ

ଯେବେ ପଡନ୍ତି ସେ ଖସି

ବିଚ୍ଛେଦ ନିଆଁରେ ସବୁ ପୋଡିଯାଏ

ହୃଦ କାନ୍ଦେ ଦିବା ନିଶି ।

ବିଶ୍ୱାସ ଦଉଡି ଶକ୍ତ ସିନା ଥିଲେ

ଛିଡିବନି ପ୍ରେମ ଡୋର

ସମ୍ପର୍କ ସ୍ପନ୍ଦନ ହୃଦେ ଖେଳୁଥିବ (ସଦା)

ପ୍ରେମକୁ କରି ନିଜର।


Rate this content
Log in

Similar oriya poem from Romance