STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବନବୃକ୍ଷ ମହୌଷଧି

ବନବୃକ୍ଷ ମହୌଷଧି

1 min
339

ବିଶ୍ବ ଆଜି ନିଃସ୍ବ ସାଜି ଉଭା ଆମ ଆଗରେ

କହୁନାହିଁ କଥା ପଦେ ସତେ କିବା ରାଗରେ

ସବୁଜିମା ଓଢଣିଟା ଖସି କିବା ପଡ଼ିଛି

ମୁହଁ ତା'ର ଫିକା ଫିକା ଚେହରାବି ଝଡିଛି

ନିଦାଘର ଝଞ୍ଜା ଦେଖ ଜାଳି ଦିଏ ଶରୀର

ସନ୍ତାନ ତାହାର ଦୋଷୀ କିଏ ହେବ ନିଜର

ବରଷାରାଣୀର ଆଉ ନାହିଁ ସେହି ସୁହାଗ

ଶୁଷ୍କ ଦିଶେ ନଦୀ ନାଳ ନପୁରଇ ତଡାଗ

ସମୟରେ ମଉସୁମୀ କାହିଁ ଜମା ଆସୁନି

ହୃଦୟେ ତା କ୍ଷତ ଦାଗ କାହିଁ ଜମା ଲିଭୁନି

ଶରତରେ ଗଗନଟା ନୀଳ କାହିଁ ଦିଶୁନି

ସରୋବର ଚଟାଣରେ ନୀଳ କଇଁ ହସୁନି

କାକରରେ ମୋତି ବିନ୍ଦୁ ଆଗପରି ଦିଶୁନି

ଶୀତଦିନେ ଶୀତ ବାଆ ବାଘ ପରି ଆସୁନି

ବସନ୍ତେ ମଳୟ ବାଆ କାହିଁ ଆଉ ବହୁନି

ଆମ୍ର ତରୁ ଡାଳେ ବସି କୋଇଲିତ ଗାଉନି

ଅସମୟେ ଆସେ ଝଡ ସୁନାମୀର ସାଥିରେ

ହାହାକାର ଖେଳିଯାଏ ମାଟି ମାଆ ବକ୍ଷରେ

ତନୁ ଯେବେ ଥରିଯାଏ ଅଣାୟତ ଜଗତ

ସତେ କିବା ଧ୍ବଂସମୁଖୀ ସୁନ୍ଦର ଏ ମରତ

ବେଳ ଥାଉଁ ଆସ ସାଥୀ ସେବା ତା'ର କରିବା

ବନବୃକ୍ଷ ମହୌଷଧି ତନୁରେ ତା ଭରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract