STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ବଳଭଦ୍ର ଜନ୍ମ

ବଳଭଦ୍ର ଜନ୍ମ

2 mins
8


ଜୟ ଜୟ ପ୍ରଭୁ ଜୟ ବଳଭଦ୍ର 

ହଳାୟୁଧ ହଳପାଣି 

ରୋହିଣୀ ନନ୍ଦନ ରେବତୀ ରମଣ

ଶଙ୍କର୍ଷଣ ଶିର ପାଣି।


କଂସ ର ନିଧନ ଧର୍ମ ସଂସ୍ଥାପନେ

ଧରାବତରଣ କଲ 

ଶ୍ରାବଣ ପୂର୍ଣ୍ଣିମା ପବିତ୍ର ଦିନରେ

ପ୍ରଭୁ ହେ ଜନମ ନେଲ।


ଅଦଭୁତ ତୁମ ଜନମ କାହାଣୀ 

ଶାସ୍ତ୍ର ରେ ଅଛି ବର୍ଣ୍ଣନ 

ଦେବକୀ ଜଠରେ ସଞ୍ଚାର ହୋଇଲ

ରୋହିଣୀ ଗର୍ଭୁ ଜନ୍ମିଲ।


ବସୁଦେବ ଙ୍କର ରାଣୀ ଯେ ରୋହିଣୀ

ଦେବକୀ ବି ତାଙ୍କ ରାଣୀ

ବିଚାରା ଦେବକୀ ଅତ୍ୟାଚାରୀ ଦୈତ୍ୟ 

କଂସର ସାନ ଭଉଣୀ।


କଂସାସୁରକୁ ତ ଶୂନ୍ୟ ବାଣୀ ହେଲା

ତାର ପ୍ରାଣ ନେବା ପାଇଁ 

ଦେବକୀ ଅଷ୍ଟମ ଗର୍ଭେ ଜନମିବେ 

ନିଜେ ତ ଜଗତ ସାଇଁ।


ଶୂନ୍ୟ ବାଣୀ ଶୁଣି ଦୈତ୍ୟ ଶିରୋମଣି

କ୍ରୋଧେ ଥରହର ହେଲା

ବସୁଦେବ ଆଉ ଦେବକୀ ଙ୍କୁ ନେଇ

କାରାଗାରେ ନିକ୍ଷେପିଲା ।


ଏକାକୀ ରୋହିଣୀ ରହିବେ କେଉଁଠି 

ପୁଣି କଂସାସୁର ଭୟ

ବ୍ରହ୍ମା ଙ୍କ ଆଦେଶେ ନାରଦ ମହର୍ଷି 

ରୋହିଣୀ ଙ୍କୁ କଲେ ଥୟ।


ଗାଈ ରୂପ କରି ରୋହିଣୀ ଙ୍କୁ ନେଇ

ଗୋପପୁରେ ଛାଡିଦେଲେ

ନନ୍ଦ ରାଜା ଙ୍କର ଗାଈ ଙ୍କ ମେଳରେ

ନିର୍ଭୟ ରେ ସେ ରହିଲେ।


ଏଣେ କାରାଗାରେ ରାଣୀ ଦେବକୀ ଙ୍କ 

ଛଅ ଟି ପୁତ୍ର ସନ୍ତାନ

ଏନ୍ତୁଡ଼ିଶାଳ ରୁ ପଥର ରେ ଛେଚି

କଂସ ନେଲା ତାଙ୍କ ପ୍ରାଣ ।


ସପ୍ତମ ଗରଭେ ଶେଷ ନାଗ ସେତ

ବଳରାମ ରୂପ ନେଇ

ଦେବକୀ ଗରଭେ ସ୍ଂଚାରିତ ହେଲେ

କଂସର ନିଧନ ପାଇଁ।


କଂସ ଯେ ନିଶ୍ଚୟ ମାରିଦେବ ତାଙ୍କୁ

ନାରଦ ତ ଜାଣିଥିଲେ

ମାୟା କରି ସିଏ ଦେବକୀ ଗରଭୁ 

ପ୍ରଭୁ ଙ୍କୁ ଉଡ଼ାଇ ନେଲେ।


ଗୋମାତା ରୋହିଣୀ ଗରଭେ ପ୍ରଭୁ ଯେ 

ସ୍ଥାନ ପାଇଲେ ଟି ଯାଇ

ଦେବକୀ ସପ୍ତମ ଗର୍ଭ ନଷ୍ଟ ଶୁଣି

କଂସ ଗଲା ଶାନ୍ତ ହୋଇ ।


ଶ୍ରାବଣ ପୂର୍ଣ୍ଣିମା ପବିତ୍ର ବେଳା ରେ 

ରୋହିଣୀ ଙ୍କ ଗରଭରୁ 

ଜନମ ଲଭିଲେ ପ୍ରଭୁ ହଳପାଣି

ବର୍ଷିଲା ପୁଷ୍ପ ସ୍ବର୍ଗରୁ।


ସାରା ଗୋପ ବାସୀ ଚକିତ ହୋଇଲେ

ଇଏକି କଥାଟି ହେଲା

ଗାଈ ଗରଭ ରୁ ମଣିଷ ପିଲାଟି

ଦେଖଲୋ ଜନମ ନେଲା ।


ନିଃସନ୍ତାନ ଥିଲେ ନନ୍ଦ ଯଶୋଦାଲୋ

ଖୁସିରେ ଅଧୀର ହେଲେ

ରୋହିଣୀ ସୂତଙ୍କୁ ମାତା ଯଶୋମତି 

ସେତ କୋଳ କରି ନେଲେ।


ରାମଙ୍କ ପରିତ ଡଉଲ ଡାଉଲ

ସେତ ପୁଣି ବଳବାନ

ବଳରାମ ବୋଲି ନାମ ରହିଲା ଟି 

ନାମ ପୁଣି ଶଙ୍କର୍ଷଣ।


ଅସୁର ନିଧନ ପାଇଁ ଆହେ ପ୍ରଭୁ 

ଧନ୍ୟ ତୁମ ଏହି ଲୀଳା

ମାୟା ଭିଆଇଲ ଉଣାକରିବାକୁ

ସାରା ସଂସାର ର ଜ୍ଵଳା।


ବଳରାମ ଯିଏ ସିଏ ବଳଭଦ୍ର 

ଶ୍ରୀକ୍ଷେତ୍ରେ ପୂଜା ପାଆନ୍ତି

ଶ୍ରାବଣ ପୂର୍ଣ୍ଣିମା ତାଙ୍କ ଜନ୍ମ ଦିନ

ଶ୍ରୀକ୍ଷେତ୍ରେ ସ୍ବତନ୍ତ୍ର ନୀତି।


ମଧ୍ୟାହ୍ନ ଧୂପ ଯେ ଶେଷ ହେବାପରେ

ପ୍ରଭୁ ବେଶ ହୋଇଥାନ୍ତି

ସର୍ବାଙ୍ଗେ ଚନ୍ଦନ ଲାଗି ହୋଇଥାଏ 

ଅଳଙ୍କାର ପିନ୍ଧିଥାନ୍ତି।


ବଇରାଣୀ ପାଟ ପିନ୍ଧିଥାନ୍ତି ପ୍ରଭୁ 

ନାଇଥାନ୍ତି ରୂପା ରାକ୍ଷୀ

ଗୋଟା ଗୁଆ ମାଳ ପ୍ରଭୁ ଙ୍କ ଗଳାରେ

କି ସୁନ୍ଦର ଦିଶୁଥାନ୍ତି ।


ଚାଷ ର ଠାକୁର ବଳଭଦ୍ର ବୋଲି

ଶ୍ରାବଣ ପୂର୍ଣ୍ଣିମା ଦିନ

ଚଷା ଘରେ ପରା ଉତ୍ସବ ହୁଅଇ

ହୁଏ ପିଠାପଣା ଜାଣ।


ଗାଈ ବଳଦ ଙ୍କୁ ପୂଜା କରାଯାଏ

ପୂଜା ହୁଏ କ୍ଷେତ ମାଟି

ଜୟ ଜୟ ପ୍ରଭୁ ଜୟ ବଳଭଦ୍ର 

ପାଦରେ କୋଟି ପ୍ରଣତି ।



Rate this content
Log in

Similar oriya poem from Abstract