STORYMIRROR

Debadatta Jena

Tragedy

3  

Debadatta Jena

Tragedy

ବଳାତ୍କାର

ବଳାତ୍କାର

1 min
264

ନାଁ ମୁଁ ଲେଖୁନି 


କେଉଁ କବିତା କି ଉପନ୍ୟାସ, 


ନାଁ ମୁଁ କହୁନି 


କିଛି କାହାଣୀ ଛଳ ପରିହାସ, 


ମାନବ ନାଁରେ ଦାନଵ ଲେଖୁଛି 


ଛଳନାର ଉପନ୍ୟାସ.. !


ହଁ ମୁଁ ଲେଖୁଛି 


ସଭ୍ୟତାର ଏଇ କଳଙ୍କିତ ଇତିହାସ, 


କାମ ପିପାସର ଲେଲିହାନ ଶିଖା 


ଛଦ୍ମବେଶୀ ଉପାଖ୍ୟାନ, 


କଦାକର ଘୃଣ୍ୟ ଏ ଅସଭ୍ୟ ସମାଜ, 


ପିନ୍ଧି ମଣିଷର ଖୋଳପା ତାର, 


ଜୀବନ୍ତ ଦାନଵ ସାଜଇ ସେ ପୁଣି 


ଦୁନିଆଁ ଯେ ନାରଖାର..!


ନାଁ ମୁଁ କହୁଛି ଏଠି 


ଅବାନ୍ତର କଥା, ଅତିଶୟ ବ୍ୟଥା, 


ଯନ୍ତ୍ରଣାର ଜଉ ଘର, 


ନାଁ ମୁଁ ଭେଉଛି କିଛି 


ଅଯୌକ୍ତିକ ନଥା, ଭ୍ରମାତ୍ମକ ଗାଥା 


ଦାନଵର କ୍ରୁର ଦାବାନଳ, 


ଏଠି ସୈତାନର କ୍ରୁର ଅଟ୍ଟହାସ୍ୟ, 


କ୍ରୁରତା, ଶଠତା ବଳିୟାନ ସାଜି 


କରେ ନରକର ଆର୍ତ୍ତନାଦ..!


ନୁହେଁ ସେ କଳ୍ପନା, ବେଦନାର କଥା 


କଥା ଏଇ ସଭ୍ୟତାର, 


ଅସଭ୍ୟ, ଅଲଂଘ୍ୟ, ଅକୃତଘ୍ନ ମାନଙ୍କ 


ପଶୁତ୍ବ ଓ ପାପାଚାର, 


କାମାଗ୍ନି ବହ୍ନିରେ ପ୍ରଜ୍ଜଳିତ ପୁଣି 


ଏ ସମାଜ ଆଜି ନିନ୍ଦିତ, 


ଘୃଣିତ ହୁଅଇ ଏ ସଭ୍ୟ ସମାଜ 


ଅପ ନିନ୍ଦା ଅପବାଦ..!


ଜାୟା ଓ ଜନନୀ, ଭଗିନୀ କନ୍ୟାର 


ପଳ ପଳ ମାଂସ ହାଡ଼, 


ଯୌନ ପିପାସା, କାମନା, ବାସନା 


କମାନ୍ଧ ପାଶବିକ ଅତ୍ୟାଚାର, 


କୁଶିକ୍ଷା, ଅଶିକ୍ଷା, ନାରୀ ନିର୍ଯ୍ୟାତନା 


ବଢ଼ଇ ଯେ ଦିନୁ ଦିନ, 


ଧର୍ଷଣ, ଲୁଣ୍ଠନ, ହତ୍ୟା, ନୃଶଂସତା


ମେଦିନୀ ଯେ ପ୍ରକମ୍ପିତ..!


ମୁଁ ଲେଖୁଛି ସେଇ 


ଅଵିଵେକୀ ଦାନଵ ଚରିତ ! 


ଅକଥାର କଥା, କଦାକର ଭାଷା 


ଚିତ୍ର ଦାନଵର ଚରିତ୍ର..!!


ଅସହ୍ୟ ବେଦନା, ମର୍ମଭେଦୀ ଗାଥା 


ଧରା ବକ୍ଷ ଯେ କୁତ୍ସିତ, 


ବ୍ୟଭିଚାର ଯହିଁ ନାରକୀୟ ରୂପ 


ହିଂସ୍ରତାର ନଗ୍ନ ରୂପ, 


ଆସ ହେ ଦେବ ମାନବ, 


ନାରୀ ଜାତି ମାନ, ସ୍ତ୍ରୀ'ର ସମ୍ମାନ 


ନେବା ସଭିଏଁ ବଜ୍ର ଶପଥ, 


ଅଭୟ, ଅକ୍ଷୟ ନାରୀ ସୁରକ୍ଷାରେ 


ହେଉ ପୁଣ୍ୟ ପବିତ୍ର ଧରା ବକ୍ଷ 


ଆମେ ଅମୃତର ସନ୍ତାନ, 


ଅମୃତର କଥା, ଅମୃତର ଗାଥା 


ଲେଖି ଗାରିମାର ପଟ୍ଟଚିତ୍ର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy