STORYMIRROR

Banabihari Mishra

Comedy

4  

Banabihari Mishra

Comedy

ବିଉଟି ପାର୍ଲୋର

ବିଉଟି ପାର୍ଲୋର

1 min
186

କାଳି ପୁଣି ଟେରୀ ଶାଳୀ ମୋର ଦିନେ

କହିଲା ଭାଇନା ପାର୍ଲୋର ଯିବା

ସେଇଠି ଟିକିଏ ଫେସିଆଲ୍ କରି

ଭଲ ସିନେମାଟେ ଦେଖି ଆସିବା।


ଭାବିଲି ଆଜିଟା ଅଫିସରୁ ଛୁଟୀ

ନେବାଟା ମୋହର ବେକାର ଗଲା

ଏ କାଳି ଶାଳୀକୁ ମୋ ସାଥେ ଦେଖିଲେ

ଅଫିସରେ କାଲି ଇଜ୍ଜତ ଗଲା।


ଭଉଣୀ ସ୍ନେହରେ ବାତୁଳି ଘରଣୀ

କହିଲା ଆଣୁନ ଟିକେ ବୁଲେଇ

ଘରେ ବସି ବସି ଛୁଆଟା କେମିତି

ଦେଖୁନ ଦେଇଛି ମୁହଁ ଶୁଖେଇ।


ଯାହା ମନା କରି ଦିଅନ୍ତି ଶାଳୀକି

ଆଦେଶ କଲେଣି ଘରଣୀ ମୋର

ଘରଣୀ ଆଦେଶ ଅମାନ୍ୟ କରିବ

ଏମିତିକା ସାଧ୍ୟ କୋଉ ସ୍ବାମୀର।


ଅକଳିରେ ପଡି ଗଉଡ ଯେମିତି

କ୍ଷୀର ଭାର ସାଙ୍ଗେ ପଥର ବୁହେ

ଶାଳୀକି ସ୍କୁଟର ପଛରେ ବସେଇ

ନିଜ ଭାଗ୍ୟଟାକୁ ନିନ୍ଦିଲି ବହେ।


ବିଉଟି ପାର୍ଲୋର ଭିତରକୁ ଯେଣୁ

ମିଣିପ ଲୋକଙ୍କୁ ମନା ପଶିବା

ବାହାରେ ବସିଲି ପାଖାପାଖି ଘଣ୍ଟେ

ସାର ହେଲା ଖାଲି ମଶା ମାରିବା।


ଏବେଳେ ଭିତରୁ ବାହାରି ଆସିଲେ

ସୁନ୍ଦରୀ ରୂପସୀ ଜଣେ ଲଳନା

କଅଁଳ କଣ୍ଠରେ କହୁଥିଲେ ମୋତେ

ଉଛୁର ହେଲାଣି ଚାଲ ଭାଇନା।


ଆବାକାବା ହେଇ ରହିଲି ମୁଁ ଚାହିଁ

କାହିଁ ଗଲା ମୋର କାଳି ଶାଳୀଟି

ୟାକୁ ମୁଁ ଘରକୁ ନେଇକରି ଗଲେ

ରହିବନି ନିଶ୍ଚେ ମୋ ପିଠି ଚୁଟି।


ଚଷମା ରହିଛି ଆଖିର ଉପରେ

ଟେରା ଆଖି ସତେ ଲୁଚି ଯାଇଛି

କଳା ବର୍ଣ୍ଣ ଆଉ ନାହିଁ ତ କୋଉଠି

ଏ କାହିଁ ଭାଇନା ମୋତେ ଡାକୁଛି।


ଅତି ସମ୍ଭ୍ରମରେ ପଚାରିଦେଲି ମୁଁ

ମାଡାମ କୁହନ୍ତୁ କିଏ ଆପଣ

ଫେଁ କିନା ହସି ଦେଲା ସେ ସୁନ୍ଦରୀ

କହିଲା ଶାଳୀକି ଚିହ୍ନି ପାରୁନ।


ଭାବିଲି ସତରେ ଏ କି ଯୁଗ ହେଲା

କାଳି ହେଇଯାଇ ପାରୁଛି ଗୋରୀ

ଯେତେ ଅସୁନ୍ଦରୀ ହେଲେ ବି ପାର୍ଲୋର

ଗଲେ ସବୁ ହେଇଯାନ୍ତି ସୁନ୍ଦରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy