STORYMIRROR

Ajit Kumar Raut

Action

3  

Ajit Kumar Raut

Action

ବିଶ୍ବ ଗୁରୁ ବନୁ ମୋ ଦେଶ

ବିଶ୍ବ ଗୁରୁ ବନୁ ମୋ ଦେଶ

1 min
225


ଭକ୍ତଙ୍କ କଳ୍ପନା ପୂରା କର ପ୍ରଭୁ

ଦେଶ ହେଉ ବିଶ୍ବ ଗୁରୁ

ଅତ୍ମନିର୍ଭର ରେ ଯୋଡିତ ହୋଇଣ

ଆତ୍ମବିଶ୍ୱାସରେ ଭରୁ।୧।

ନୂଆ ଭାରତର ନୂତନ ସ୍ବପ୍ନକୁ

ଆଶିର୍ବାଦ ଦିଅ ପ୍ରଭୁ

ଆରତେ ଡାକୁଛି ଦେଶର ଜନତା

ଆଶା ପୁରା କର ପ୍ରଭୁ।୨।

ବିଜୟୀ ପତକା ଗାଥା ଗୌରବ

ବିଶ୍ବ ମଧ୍ୟେ ଶୁଭୁ ଥାଉ

ଲକ୍ଷ୍ମୀପୂର୍ଣ ହେଉ ସମ୍ପୂର୍ଣ୍ଣ ଭାରତ

ଅର୍ଣ୍ଣକଷ୍ଟ ଟି ନରହୁ।୩।

ଶିକ୍ଷାନୁଷ୍ଠାନ ଭି ଶକ୍ତିଶାଳୀ ହେଉ

ଦେଶର ବୈଭବ ରହୁ

ଅହିଂସାର ମନ୍ତ୍ର ଗୁଞ୍ଜୁ ଥାଉ ବିଶ୍ବେ

ନିସ୍ବାର୍ଥର ମନ୍ତ୍ର ରହୁ।୪।

କୄଷକଙ୍କ ଦୁଖ ଦୁର ହେଉ ପ୍ରଭୁ 

ଭବିଷ୍ୟ ଉଜ୍ଜ୍ୱଳ ହେଉ

କୁଚକ୍ରାନ୍ତ ପ୍ରଥା ଦୁର କର ପ୍ରଭୁ

କୄଷିନୀତି ରହି ଥାଉ।୫।

କୄଷିନୀତି ଅଟେ ଅମୂଲ୍ୟ ରତନ

କୄଷକ ବିକାଶ ପାଇଁ

କୂଟନୀତି ଠାରୁ ଦୁର କର ପ୍ରଭୂ

ଦେଶର ଉନ୍ନତି ପାଇଁ।୬।

ଏତେ ବର୍ଷ ପରେ କୄଷିନୀତି ହେଲା

କୄଷକ ସ୍ବତନ୍ତ୍ର ହେବେ

ଉନ୍ନତ ହୋଇଣ ଅର୍ଣ୍ଣର କଷ୍ଟକୁ

ଦେଶରୁ ଦୂର କରିବେ।୭।

ଭକ୍ତଙ୍କ କଳ୍ପନା ପୁରା କର ପ୍ରଭୁ

ଦେଶ ହେଉ ବିଶ୍ବ ଗୁରୁ

ଅତ୍ମନିର୍ଭର ରେ ଯୋଡିତ ହୋଇଣ

ଆତ୍ମବିଶ୍ୱାସରେ ଭରୁ।୮।




Rate this content
Log in

Similar oriya poem from Action