ବିଶ୍ଵାତ୍ମ ବୋଧ
ବିଶ୍ଵାତ୍ମ ବୋଧ
ବିଶ୍ଵ ଭିତରେ ଦେଖି ନିଜକୁ
ନିଜ ଭିତରେ ଦେଖି ସଭିଙ୍କୁ
ଚେତନା କରି ବଡ଼
ନିଜ ମୁଣ୍ଡରେ ଅନ୍ୟ ଦୁଃଖକୁ
ମୁଣ୍ଡାଇ ନେଲେ ଅନ୍ୟ କଷ୍ଟକୁ ।
ଫୁଟିବ ସ୍ନେହ କଢ
ପଶୁପକ୍ଷୀଙ୍କୁ ନ ମଣି ହୀନ
ଆଦରେ କର ତାଙ୍କ ସମ୍ମାନ
ହୃଦୟେ ଦୟା ବହି ।
ଆମ ପାଇଁ ତ ତାଙ୍କ ଜୀବନ
ଆମ ସୁଖରେ ତାଙ୍କରି ଧ୍ୟାନ
ଆମ ହିତରେ ରହି ।
କୁଆ କୁକୁର , ଶାଗୁଣା ଚିଲ
ଆବର୍ଜନାକୁ କରନ୍ତି ସଫା
ଯେ ଯାହା ଧର୍ମେ ରହି
ଗୋମାତା ନିଜେ ଅମୃତ ଦେଇ
ଅନାଥ ବଞ୍ଚେ ତା କ୍ଷୀର ପିଇ
ତା ସମ ନୁହେଁ କେହି ।
ଶୁଆ ଶାରୀ ଯେ ପକ୍ଷୀ ଆବର
ଶ୍ରୁତି ମଧୁର ତାଙ୍କରି ସ୍ବର
ମନ ନିଅନ୍ତି ମୋହି
ବଳଦ ନିତ୍ୟେ କରଇ ହଳ
ହାତୀ ଘୋଡା ଯେ ମାନନ୍ତି ବୋଲ
କଷଣ ଯେତେ ସହି ।
ସମୁଦ୍ରେ ସେତୁ ବାନ୍ଧିଲେ ରାମ
ସାଙ୍ଗରେ ଘେନି ବାନର ସେନା
ହେଲେ ହନୁ ଏ ସାହା
ଗରଳ ପିଇ ଶିବ ଶଙ୍କର
ସର୍ପକୁ ନିଜ ଗଳେ ବାନ୍ଧିଲେ
ନ ପାଇ ସେତ ରାହା ।
ନିଜ ସ୍ଵାର୍ଥ ପାଇଁ ନ ବାନ୍ଧି ଶୃଙ୍ଖଳେ
ବାନ୍ଧି ରଖ ତାକୁ ନିଜ ସ୍ନେହ ବଳେ
ନିଷ୍ଠୁର ପଣ ତେଜି
ସଦ୍ ଭାବନା ଭରି ଅନ୍ତରେ
ସ୍ନେହ ବରଷ ହେ ଅନ୍ୟକୁ
ମନ ଧର୍ମକୁ ହେଜି ।