STORYMIRROR

Santosh Kumar Nayak

Classics

3  

Santosh Kumar Nayak

Classics

ବିଶ୍ଵ ଦେଖ ରାମମୟ

ବିଶ୍ଵ ଦେଖ ରାମମୟ

1 min
10



ବିଶ୍ଵ ଦେଖ ରାମମୟ ଲୋ ସଜନୀ

ବିଶ୍ଵ ଦେଖ ରାମମୟ,

ତୁଣ୍ଡେ ରାମନାମ ହୃଦେ ପରଂବ୍ରହ୍ମ

ନାହିଁ ମନେ ଜମା ଭୟ ଲୋ ସଜନୀ

ବିଶ୍ଵ ଦେଖ ରାମମୟ। 


ସେ ବିଶ୍ଵ ବିହାରୀ ସେ କୋଦଣ୍ଡ ଧାରୀ 

ସେଇ ପରା ଦୟାମୟ 

କୌଶଲ୍ୟା ନନ୍ଦନ ଜାନକୀ ପରାଣ 

ତା ପାଖେ ରଖିଥା ଲୟ ଲୋ ସଜନୀ

ବିଶ୍ଵ ଦେଖ ରାମମୟ।


ପିତୃ ସତ୍ୟ ପାଳି ଚଉଦ ବରଷ

ବନରେ ନେଲେ ଆଶ୍ରୟ,

ସୀତା ଉଦ୍ଧାରିଲେ ରାବଣ ନାଶିଲେ

ସତ୍ୟର ହୋଇଲା ଜୟ ଲୋ ସଜନୀ

ବିଶ୍ଵ ଦେଖ ରାମମୟ।


ଅଯୋଧ୍ୟା ରାଇଜ ହସୁଛି ସଜନୀ

ବିରାଜିବେ ବୋଲି ପ୍ରିୟ,

ଅକ୍ଷୟ ରହିବ ପୁଣ୍ୟ ଏ ଜଗତେ

ପାପର ହୋଇବ କ୍ଷୟ ଲୋ ସଜନୀ

ବିଶ୍ଵ ଦେଖ ରାମମୟ।


Rate this content
Log in

Similar oriya poem from Classics