STORYMIRROR

padmaja pati

Classics

4  

padmaja pati

Classics

ବିଶ୍ଵ ଦେବ ଅନ୍ତର ନିବାସୀ

ବିଶ୍ଵ ଦେବ ଅନ୍ତର ନିବାସୀ

1 min
335

ଏ ସାରା ବିଶ୍ବକୁ ଘେରିଛି ମୋ ଆତ୍ମା

ଯାହା ଦେଖଇ ଅନ୍ତରେ

ମୃଗଶୀରା, ପୁନର୍ବସୁର ଆଲୋକ

ପ୍ରଜ୍ଜ୍ଵଳିତ ଯେଉଁଠାରେ।


ଯେତେ ଜୀବଜନ୍ତୁ ,ଆସେ ଦୃଷ୍ଟି ପଥେ

ସବୁ ଲାଗେ ନିଜ ପରି

ସକଳ ଘଟରେ ଦିଶେ ମୋ ଶରୀର

ଦେଖି ମନ ଉଠେ ପୂରି।


ଅପଲକ ନେତ୍ର ଯାହା ରହେ ଚାହିଁ

ଏକାନ୍ତ ଓ ଆପଣାର

ସକଳ ବୁକୁରେ ହୁଅଇ ସ୍ପନ୍ଦିତ

ମୁଗ୍ଧ ହୃଦୟଟି ମୋର।


ଜଗତର ସୁଖ କରେ ବିମୋହିତ

ସୁରାର ଲହରୀ ପରି

ସଂସାରର ଦୁଃଖ,ଶୋକ ମୋ ନେତ୍ରରୁ

ଲୁହ ହୋଇ ପଡେ ଝରି।


ବାହାରଟା ସିନା ହୁଏ ଆଲୋଡ଼ିତ

କରମ କଷଣ ସହି

ଅନ୍ତର କିନ୍ତୁ ନୁହେଁ ବିଚଳିତ

ଭଲ ଅବା ମନ୍ଦ କାହିଁ ?


ସର୍ବ ବସ୍ତୁ ଛାୟା ପ୍ରାୟେକ ଲାଗଇ

ପ୍ରଶାନ୍ତ ମୁକୁରେ ମୋର

ବିଶ୍ଵାତୀତ, ବିସ୍ତୃତି ମୋ ଧରି ରଖେ

ବିଶ୍ବର ଘୂର୍ଣ୍ଣନ ଚିର।


ସାଗର ବୁକୁରେ ଶାମୁକା ମଧ୍ୟରେ

ଅଛି ଯେ ମୁକୁତା ପରି

ସବୁଠାରେ ଥାଏ, କେଉଁଠି ନ ଥାଏ

କିଏ ପାଇବ, କିପରି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics