STORYMIRROR

Sanskruti Mohanty

Abstract

2  

Sanskruti Mohanty

Abstract

ବିଶ୍ୱାସ

ବିଶ୍ୱାସ

1 min
344

ମୋ ବିଶ୍ୱାସର ବିଶ୍ବକୁ ମୁହୂର୍ତ୍ତକରେ,

ଭାଙ୍ଗି ଦେଲା ପରେ,

ମୋ ବର୍ଣ୍ଣବିଭା ପୃଥିବୀ

ଦିଶୁଥିଲା ଫିକା ଫିକା,

ହୃଦୟରେ ଜମି ଯାଉଥିଲା,

ପରସ୍ତ ପରସ୍ତ ଧୂଳି

ଆମ ସମ୍ପର୍କର ଡୋରି ସବୁ ଛିଡୁଥିଲା

ବୁଢିଆଣି ଜାଲ ହେଇ

ମୁଁ ବି ଛିଣ୍ଡି ଯାଉଥିଲି,

ପୂର୍ଣ୍ଣମୀରୁ ଅମାବାସ୍ୟାର ଚାନ୍ଦ ପରି

ସାଉଁଟୁଥିଲି ଭାଙ୍ଗି ରୁଜି ଯାଇଥିବା,

ଆମ ପ୍ରେମ ଆଉ ପ୍ରଣୟର

ଭଙ୍ଗା ଆଇନାକୁ

କିନ୍ତୁ ପାରୁନଥିଲି,

ଛିଣ୍ଡା ସୂତାରେ ଗଣ୍ଠି ଦେଇ,

ଭଙ୍ଗା କାଚକୁ ଯୋଡି,

କ'ଣ ମଜବୁତ କରିହେବ ସମ୍ପର୍କକୁ,

କ'ଣ ଅକ୍ଷୁର୍ଣ୍ଣ ରଖିହେବ,

ଭୁଶୁଡି ପଡିଥିବା ତୁମ ମୋ ଭିତରର ବିଶ୍ୱାସକୁ

ନା ବରଂ ଭଲ ହେବ,

ଆମେ ବାଛିନେବା ଭିନ୍ନ ଭିନ୍ନ ପଥ,

ହେଇଯିବା ଦୁଇଟି ଅଚିହ୍ନା ବାଟର,

ଅପରିଚିତ ବାଟୋଇ

ନୀଳ ସ୍ୱପ୍ନର ଦରିଆରୁ,

ତୁମେ ଖୋଜିବ ଆଶାର ଲାଲ୍ କଇଁ,

ମନଭରି ଉପଭୋଗ କରିବ ଜୀବନକୁ

ମୁଁ ନଥିବି ତୁମ ସୁଖର ରାସ୍ତାରେ,

କଣ୍ଟା ଟିଏ ହେଇ ଫୁଟିବାକୁ,

ତୁମ ଚଲାବାଟରେ,

ବିଛେଇଦେବି ଫୁଲର ଗାଲିଚା

ତୁମର ସବୁ ଛଳନାର ବିଷକୁ,

ପିଇଯାଉଥିବି ଅମୃତ ଭାବି,

ତିଳ ତିଳ କରି ଜଳୁଥିବି ମୁଁ,

ଆଉ ଦଗ୍ଧ ହେଉଥିବ ମୋର ଆତ୍ମା

ତଥାପି ମୋ ପ୍ରାଣର ସ୍ପନ୍ଦନ ଖୋଜୁଥିବ,

ତୁମର ଆଞ୍ଜୁଳାଏ ନିଷ୍କପଟ ସ୍ନେହ,

ମୁଠାଏ ଭଲପାଇବା,

ଆଉ ଚେନାଏ ବିଶ୍ୱାସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract