STORYMIRROR

Lata Behera

Abstract

4  

Lata Behera

Abstract

ବିରହୀ ପ୍ରେମିକା

ବିରହୀ ପ୍ରେମିକା

1 min
274


ବୟସରେ ଯେବେ ଡେଣା ଲାଗି ଯାଏ

     ଉଡିବାକୁ ଇଚ୍ଛା ହୁଏ

ଉଡିବାର ପାଇଁ ଜୀବନରେ ସିଏ

   ସାଥି ଟିଏ ଖୋଜି ଥାଏ ।


ପାଇ ଯାଏ ଯେବେ ଜୀବନର ସାଥି

   ସାଜି ଥାଏ ପ୍ରଜାପତି 

ଏ ଫୁଲ ସେ ଫୁଲ ଉଡି ବୁଲୁ ଥାନ୍ତି 

   ମନରେ ନ ରଖି ଭୀତି ।


ମାନି ସେ ନ ଥାନ୍ତି କେବେ କାହା ମନା

    ସାଜି ଥାଏ ପ୍ରେମପକ୍ଷୀ 

ମେଘର ଶ୍ରାବଣ ଫଗୁଣ ଅବିର 

   ରହି ଥାଏ ହେଇ ସାକ୍ଷୀ ।


ଘୁରି ବୁଲୁଥାନ୍ତି ବନ ନିର୍ଝରିଣୀ 

    ସାଗରର ବେଳାଭୂମି

ପାଦର ନୂପୁର ଋଣୁଝୂଣୁ ସୁରେ

   ନାଚୁ ଥାଏ ଝୁମି ଝୁମି ।


ଶୟନେ ସ୍ୱପନେ ଅବା ଜାଗରଣେ

    ତାର କଥା ଭାବୁଥାଏ

ଭୋକ ଶୋଷ ଭୁଲି ତା ପ୍ରେମରେ ଭିଜି

    ନିଜକୁ ହଜେଇ ଦିଏ ।


ଚାତକ ପରାୟ ଚାହିଁ ରହିଥାଏ  

   ମନ ତାକୁ ଝୁରୁ ଥାଏ

ପ୍ରତିବନ୍ଧକ ସେ କିଛି ମାନେ ନାହିଁ 

   ତା ସହିତ ଚାଲି ଯାଏ ।


ବିଶ୍ବାସରେ ବିଷ ଭରି ଦେଇ ସିଏ

    ଶେଷେ ଦେଇଥାଏ ଧୋକା

କହି ପାରେ ନାହିଁ ସହି ପାରେ ନାହିଁ 

    ସାଜେ ବିରହୀ ପ୍ରେମିକା ।


ପ୍ରେମ ପାଗଳିନୀ ବିରହ ଜ୍ଜାଳାରେ 

    ଏମିତିକା ଜଳେ ସିଏ 

ଏ ସାରା ଦୁନିଆ କହୁଥାଏ ତାକୁ

   ବିରହୀ ପ୍ରେମିକାଟିଏ ।



Rate this content
Log in

Similar oriya poem from Abstract