ବିରହୀ ପ୍ରେମିକା
ବିରହୀ ପ୍ରେମିକା
ବୟସରେ ଯେବେ ଡେଣା ଲାଗି ଯାଏ
ଉଡିବାକୁ ଇଚ୍ଛା ହୁଏ
ଉଡିବାର ପାଇଁ ଜୀବନରେ ସିଏ
ସାଥି ଟିଏ ଖୋଜି ଥାଏ ।
ପାଇ ଯାଏ ଯେବେ ଜୀବନର ସାଥି
ସାଜି ଥାଏ ପ୍ରଜାପତି
ଏ ଫୁଲ ସେ ଫୁଲ ଉଡି ବୁଲୁ ଥାନ୍ତି
ମନରେ ନ ରଖି ଭୀତି ।
ମାନି ସେ ନ ଥାନ୍ତି କେବେ କାହା ମନା
ସାଜି ଥାଏ ପ୍ରେମପକ୍ଷୀ
ମେଘର ଶ୍ରାବଣ ଫଗୁଣ ଅବିର
ରହି ଥାଏ ହେଇ ସାକ୍ଷୀ ।
ଘୁରି ବୁଲୁଥାନ୍ତି ବନ ନିର୍ଝରିଣୀ
ସାଗରର ବେଳାଭୂମି
ପାଦର ନୂପୁର ଋଣୁଝୂଣୁ ସୁରେ
ନାଚୁ ଥାଏ ଝୁମି ଝୁମି ।
ଶୟନେ ସ୍ୱପନେ ଅବା ଜାଗରଣେ
ତାର କଥା ଭାବୁଥାଏ
ଭୋକ ଶୋଷ ଭୁଲି ତା ପ୍ରେମରେ ଭିଜି
ନିଜକୁ ହଜେଇ ଦିଏ ।
ଚାତକ ପରାୟ ଚାହିଁ ରହିଥାଏ
ମନ ତାକୁ ଝୁରୁ ଥାଏ
ପ୍ରତିବନ୍ଧକ ସେ କିଛି ମାନେ ନାହିଁ
ତା ସହିତ ଚାଲି ଯାଏ ।
ବିଶ୍ବାସରେ ବିଷ ଭରି ଦେଇ ସିଏ
ଶେଷେ ଦେଇଥାଏ ଧୋକା
କହି ପାରେ ନାହିଁ ସହି ପାରେ ନାହିଁ
ସାଜେ ବିରହୀ ପ୍ରେମିକା ।
ପ୍ରେମ ପାଗଳିନୀ ବିରହ ଜ୍ଜାଳାରେ
ଏମିତିକା ଜଳେ ସିଏ
ଏ ସାରା ଦୁନିଆ କହୁଥାଏ ତାକୁ
ବିରହୀ ପ୍ରେମିକାଟିଏ ।
