ବିରହ
ବିରହ
ବିରହ ଜ୍ବାଳାର ଯନ୍ତ୍ରଣା ନିଆଁରେ
ଅସହ୍ୟ ଯନ୍ତ୍ରଣା ହୁଏ
ଆଖି ଲୁହ ଓଠ ପିଇ ଯାଉଥାଏ
ନା କିଛି କହି ହୁଏ ।
ପ୍ରେମର ବହ୍ନିରେ ଏମିତି ଜଳନ୍ତି
ବଞ୍ଚିବାଟା ଲାଗେ ବିଷ
ପ୍ରେମର ଧୋକାରେ ଜୀବନ ନାଟିକା
ହେଇ ଯାଉଥାଏ ଶେଷ ।
ବଞ୍ଚି ଥାଏ ସିନା ଶବଟାଏ ହେଇ
ନା ପାରୁଥାଏ ସେ ମରି
ଆଖିର ଲୁହରେ ଉଙ୍କି ମାରୁଥାଏ
ପ୍ରେମ ସ୍ମୃତି ଅସୁମାରୀ ।
ପ୍ରେମ ପାଇଁ ସବୁ ଦୁନିଆ ଭୁଲନ୍ତି
ପ୍ରେମରେ ପାଆନ୍ତି ଧୋକା
କିଏ ସାଜୁ ଥାଏ ବିରହ ପ୍ରେମିକ
କିଏ ବିରହୀ ପ୍ରେମିକା ।
ଟୁକୁଡା ଟୁକୁଡା ହେଇ ଯାଇଥାଏ
ହୃଦୟ ଇଲାକା ଦ୍ୱାର
ରକତରେ ତାର ନାଆଁ ଲେଖା ଥାଏ
ସିଏ ହେଇଥାଏ ଦୂର ।
ତାର ସେଇ ସ୍ମୃତି ନା ହୁଏ ଇତି
ହୃଦୟେ ସାଇତି ଥାଏ
ଦେଖୁ ବା ନ ଦେଖୁ ସିଏ ତା ଜୀବନେ
ଇଏ ପ୍ରେମ ଗୀତ ଗାଏ ।
ବିରହ ଜ୍ବାଳାରେ କେତେ ଯେ ଜଳନ୍ତି
ପାଗଳ ପାଗେଳି ହ୍ୟନ୍ତି
କେତେ ଯେ ମରନ୍ତି କେତେ ଯେ ବୁଲନ୍ତି
କେତେ ଅଭିଆଡି ହ୍ୱନ୍ତି ।
ସ୍ୱାମୀ ସ୍ତ୍ରୀ ମଧ୍ୟେ ପବିତ୍ର ସମ୍ପର୍କେ
ଯେତେ ବିରହ ଆସଇ
ସେ ବିରହ ବେଦନା ଏମିତି ଗୋଟାଏ
ନା କହି ହେଇ ଥାଇ ।
କେବେ କାହାର ଯେ କାଳ ପୁରି ଯାଏ
କିଏ ଛାଡି ଚାଲି ଯାଏ
ନା ସ୍ୱାମୀ ଛାଡି ଥାଏ ସ୍ତ୍ରୀ ସ୍ମୃତି
ନା ସ୍ତ୍ରୀ ଭୁଲି ପାରି ଥାଏ ।
ଚକୋର ଚକୋରୀ ପରିକା ବିରହ
ବେଦନାରେ ସଢୁ ଥାନ୍ତି
ରାତି ଯେତେ ବେଶୀ ବଢି ଚାଲୁ ଥାଏ
ସିଏ ସ
େତେ ଭାବୁଥାନ୍ତି ।
ବିରହ ବେଦନେ ଜଳି ଜଳି ସିଏ
ମରି ମରି ବଞ୍ଚୁ ଥାଏ
ଅପାଶୋରା ସିଏ ବିରହ ଯନ୍ତ୍ରଣା
ଅଭୁଲାର ସ୍ମୁତି ଟିଏ ।
ପ୍ରେମ ବିରହରେ ରାଧିକା ପାଗେଳି
ହେଇଥିଲା ଶ୍ୟାମ ପାଇଁ
ଏବେବି ଅନେକ ପ୍ରେମିକ ପ୍ରେମିକା
ବିରହେ ଅଛନ୍ତି ଜୀଇଁ ।
କାହ୍ନୁ ମମତାର ବିରହ ଜ୍ବାଳାରେ
ଯଶୋଦା ଝୁରନ୍ତି ନିତି
କୃଷ୍ଣ ପ୍ରେମ ବିରହରେ ମୀରାବାଈ
ଲୁହ ଝରେ ଦିନ ରାତି ।
ନୀଳ ମାଧବର ବିରହ ବେଦନେ
ବିଶ୍ୱାବସୁ ଯେ ଶବର
ପାଗଳ ପରାଏ ଭ୍ରମି ଦିବା ନିଶି
ଛାଡି ଦେଲା ସେ ଆହାର ।
ପୁତ୍ର ଇନ୍ଦ୍ରଜିତ ବଧରେ ରାବଣ
ବିରହ ଜ୍ବାଳାରେ ଜଳି
କରିଲା ଶପଥ ମାରିବ ସ୍ୱହସ୍ତେ
ନ ହେଲେ ପଡିବ ବଳି ।
ଅଶ୍ୱତ୍ଥମା ବିରହରେ ଦ୍ରୋଣାଚାର୍ଯ୍ୟ
ଅସ୍ତ୍ର ପରିତ୍ୟାଗ କଲେ
ଦ୍ରୁପଦ ନନ୍ଦନ ଧୃଷ୍ଟଦ୍ୟୁମ୍ନ ତାଙ୍କୁ
ଖଡ୍ଗେ ବଧ କରି ଥିଲେ ।
ଆଖି ଆଗେ ବଂଶ ଶେଷ ବିରହରେ
ଶଙ୍କୁନି କ୍ରୋଧିତ ହୋଇ
ନିଜେ ମଲା ପଛେ ପ୍ରତିଶୋଧ ନେଲା
ଭଣଜା ବଂଶ ମରାଇ ।
ପ୍ରଭୁ ଭକତର ବିରହ ବେଦନା
ଯୁଗ ଯୁଗ ପାଇଁ ଥାଏ
ଭକତ ପ୍ରେମରେ ପ୍ରଭୁ ବନ୍ଧା ଥାଏ
ଭକ୍ତଟି ବାଇଆ ହୁଏ ।
ଏବେବି ଅନେକ ଧୋକାରେ ରହନ୍ତି
ବିରହ ଜ୍ବାଳାକୁ ସହି
ସେ ସ୍ମୃତି ବିରହ ହୃଦୟରେ ଲେଖି
ରକ୍ତେ ନାଆଁ ଲେଖେ ସେହି ।
ବିରହ ଜ୍ବାଳା ତ ଏମିତି ଗୋଟିଏ
ନା ତାକୁ ଭୁଲି ହୁଏ
ଯିଏ ଭୁଲି ପାରେ ଏଇ ଦୁନିଆରେ
ବଞ୍ଚି ପାରି ଥାଏ ସିଏ ।