ବିରହ
ବିରହ
ନୂଆଁ ନୂଆଁ କରି ଅଙ୍ଗେ ଲିଭାଇଛି
ପ୍ରଣୟର ପରିଣିତି
ଆଖିରେ ବରଷା ମନର ପିପାସା
ଟୁକୁରା ହୁଏ ମୋ ଛାତି । ୧
ଭଲ ଲଗୁଥିଲା ମିନାର ତୋଳିବା
ସପନ ଭିତରେ ହଜି
କେତେ ଯେ ଯାଇଛି ସୁନାର ଅତୀତ
ହିସାବ ପାଏନି ଖୋଜି
ଫୁଲ,ଢ଼େଉ ,ବଣ ସବୁ ତ ଛଳନା
ଛଳନା ଭି ଚନ୍ଦ୍ର ରାତି । ୨
ମନ ଦେଇ କେବେ ମନ ମିଳି ନାହିଁ
ପାରୁଛି ମୁଁ ଆଜି ବୁଝି
କେହି କେବେ ଥରେ ପାରି ନାହିଁ ଜଣେ
ହୃଦୟର ଋଣକୁ ସୁଝି
ମିଠ ମିଠା କଥା,ସବୁ ତ ମିଛ
ମିଠା ଜହର ଏ ପ୍ରୀତି । ୩