ବିରହ
ବିରହ
ଚାଲିଗଲେ କେହି କରି ସାତ ପର ସମାଜ ବିରହେ ଝୁରେ
ହଜିଯାଏ ଯେବେ ଠିକଣାଟା କାର ଯାତନା ମିଳଇ ଛାରେ
ଭାଙ୍ଗିଗଲେ କେବେ ମନ କାଚଘର ବେଦନା ହୁଅଇ ସାର
ଯୋଡି ପାରେନାହିଁ କେଉଁ କାରିଗର ଭାଙ୍ଗି ହୁଏ ନାରଖାର ।।
ହାରିଗଲେ ଆମେ ଜୀବନ ଯୁଦ୍ଧରେ ମଳିନ ପଡଇ ପ୍ରାଣ
ଯେତେ ଚେଷ୍ଟାକଲେ ପାପର ଶୁଢଙ୍ଗୁ ମଣିଷ ପାଏନି ତ୍ରାଣ
ଦେଇଗଲେ ଦୁଃଖ ଆପଣାର ଲୋକ ମିଳିଥାଏ ବହୁ କଷ୍ଟ
ଫେରେନାହିଁ କେବେ ହଜିଲା ସମ୍ମାନ ଚରିତ୍ର ହୁଅଇ ନଷ୍ଟ ।।
ଥରେ ଚାଲିଗଲେ ମିଳେନା ଯୌବନ ଏକଥା ଅନ୍ୟଥା ନୁହଁ
ହରାଇଲେ କେବେ ଇଜ୍ଜତ ମହତ ପୋଡିଯାଏ ପରା ମୁହଁ
ଝଡି ଗଲେ ପତ୍ର ଅକାଳେ ଅଦିନେ ତରିଯାଏ ସିନା ସେହି
କେମିତି ବଞ୍ଚିବେ ବିରହେ ଆତ୍ମିୟ ଯନ୍ତ୍ରଣାକୁ ସହି ସହି ।।
ସମୟ ସ୍ରୋତରେ ଭାଙ୍ଗିଗଲେ ସବୁ କଳ୍ପନା କୁଟୀର ମାନ
ଭିଜିଯାଏ ସ୍ମୃତି ବିରହ ପାବଚ୍ଛେ କ୍ଷଣିକେ ନ ହୁଏ ଆନ ।।
