ବିରହ
ବିରହ
କାହିଁ କେତେ ଦିନୁ ଚାହିଁ ମୁଁ ବସିଛି
ତୁମ ଅପେକ୍ଷାରେ ପ୍ରିୟ
ବୁଝାଇ ପାରୁନି ମନକୁ ମୋହର
ହୃଦୟ ହେଉନି ଥୟ ।
ଯଦି କେବେ ତୁମେ ବୁଝି ପାରିଥାନ୍ତ
ବିରହ ବେଦନା ଗାଥା
ନିଶ୍ଚୟ ତୁମରି ଅନ୍ତର ବିଳପି
ମୋ ପାଇଁ ଲଭନ୍ତା ବ୍ୟଥା ।
ଜଳ ବିନା ମୀନ ଯେପରି ବଞ୍ଚିଛି
ମୁଁ ରହିିିଛି ସେହି ପରି
କଇଁ ମଧ୍ୟେ ମୋର ପ୍ରଭେଦ ନାହିଁ ତ
ସୁଖ ଯାଏ ଅପସରି ।
ଶୁନ୍ୟତା ଖେଳିିିଛି ମନ କୁଞ୍ଜବନେେ
ମଳୟ ଭୂଲିଛି ପଥ
ଗଭା ଗଜରା ମୋ ବାସି ହୋଇ ଝୁୁୁରେ
ସ୍ଵପ୍ନ ନିଶିଥିନୀ ହତ ।
ଅସୁମାରୀ ଆଶା ଧୁୁୁଳିସାତ ହୋଇ
ନିରାଶେ ମଉଳି ଗଲା
ଏମିତି ବିରହ କେତେ ଦିନ ଆଉ
ବିଧାତା ମୋ ଭାଲେ ଦେଲା ।
ତୁମେ ହେଉ ଥିବ ଦ୍ଵାପରର କୃଷ୍ଣ
ମୋତେ କର ରାଧାରାଣୀ
ତୁମେ ହୁୁଅ ରାମ ପରଜା ବତ୍ସଳ
ମୁହିଁ ଜନକ ନନ୍ଦିନୀ ।
ଏମିତି ବିରହ ଯାତନା ରେ ମୋତେ
ତୋଳୁ ଥାଅ ବାରଂବାର
କେବେ ଯେ ବୁଝିିବ ଏ ସାଥିର ଦୁଃଖ
କେବେ ଓଲ୍ହାଇବ ଭାର ।