ବିରହ ଗୀତି
ବିରହ ଗୀତି
ରାତି ଆଜି ସାଜି ଅଛି ମୋ ପାଇଁ ଅରାତି
ଅଦମ୍ୟ ଦାନବ ବେଶେ ଜଗାଉଛି ଭୀତି ।
ମଣ୍ଡଳାକାରେ ବସିଣ ପଞ୍ଚେନ୍ଦ୍ରିୟ ଚିିନ୍ତା
ବୀତି ହୋତ୍ର କୁଣ୍ଡେ ଯେହ୍ନେ ସାଜେ ଏଠି ଚିିତା ।
ଅକ୍ଷୁର୍ଣ୍ଣ ରହିବ କି ନା ମୋର ପ୍ରେମ ଦାନ
ଯେଉଁ ପ୍ରୀତି କାଢି ନେଇ କଲେ ମୋତେ ଶୁନ୍ୟ ।
ମନ୍ତ୍ର ପୁତ ପ୍ରେମ ଘୃୃୃତେ ବାଢ଼ି ଥିଲି ପୂଜା
କାହିଁ ପାଇଁ କେଉଁ ଦୋଷେ ଲଭିିିଲି ମୁଁ ମଜା ।
କୁଣ୍ଠା ବୋଧ କରିନି ମୁଁ ଦେବାରେ ସେନେହ
କାହିଁକି ଭାବନା ଧର୍ଷି ଚାହିଁଲେନି ମୁହଁ ।
କିବା ଅଳକା ପୁରୀରେ ପଡ଼ି ଗଲା ପାଦ
ସେଥିପାଇଁ ଭାଗ୍ୟେ ମୋର ଘୋଟେ ପରମାଦ ।
ପ୍ରତାରଣା କରି ମୋତେ କାଢି ନେଲେ ସାହା
ଅବର୍ତ୍ତକ ମନ ପ୍ରାଣ ଦିଶେ ନାହିଁ ରାହା ।
ଭରଷା ବିିଶ୍ଵାସ ଆଜି ପାଣିର ଫୋଟକା
ଭଙ୍ଗା ମନେ ଜିଇବାକୁ ହେବ ଏକା ଏକା ।
ଜୀବନଟା କରି ଦେଲ ଏତେ ନାରଖାର
ବଞ୍ଚିବା ମରିବା ଲାଗେ ସମାନ ପ୍ରକାର ।
ତୁମେ ସିିିନା ଭୂଲି ଗଲ ଭାବିିଣ ଅଲୋଡା
ମୁଁ କିନ୍ତୁ ଦେବିନି କେବେ ତୁମ ମନେ ପୀଡ଼ା ।
କିଛି କ୍ଷଣ ପାଶେ ରହି ଦେଲ ଯେଉଁ ଖୁସି
ସେତିକି ଅବଲମ୍ବନ ମୋ ପାଇଁ ସରସୀ ।
ଚିର ଦିନ ତୁୁମ ପଥ ଚାହିଁ ରହି ଥିବି
ଏ ହୃଦୟ କାହା ପାଶେ କେବେ ନଅର୍ପିିିବି ।