ବିରହ ବେଦନା
ବିରହ ବେଦନା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରେମର ଭାଷାରେ ବାଜେ ତାଙ୍କ ବଂଶୀ
ଭକ୍ତିରେ ତ ବନ୍ଧା ସିଏ,
ରାଧାକୃଷ୍ଣ ପ୍ରେମ ଚିର ତ ସ୍ୱର୍ଗୀୟ
ଭକ୍ତିପୁଷ୍ପ ପିନ୍ଧିଥାଏ ॥
ରାଧା ମୀରା ଥିଲେ ପ୍ରେମ ଭରା ନଈ
ତାଙ୍କରି ପ୍ରେମ କଳାରେ,
ଆଜି ବି ଝୁରୁଛି ଭକ୍ତି ପ୍ରେମ ଝର
ଭକ୍ତି ପ୍ରେମଗନ୍ଥ ନୀରେ ॥
ଝୁରୁଛି ଯମୁନା କାନ୍ଦେ ଗୋପପୁର
ଗୋପୀଂକ ଆଖିରେ ଲୁହ,
ରାଧାରାଣୀ ପ୍ରେମ ଗୁଂଜେ ମଳୟରେ
କୁଞ୍ଜବନ କୋଳେ କୋହ ॥
ଗୋପ ଗୋଶାଳାରେ ଶୁଭୁନି ହମ୍ବାଳି
ଗୋରସ ଗଲାଣି ଶୁଖି
ଦଧିଭାଣ୍ତେ ଦଧି ହରିନେଲେ ବିଧି
କାନ୍ଦେ ଗୋପପୁର ଆଖି ॥
ଚଟାଣେ ସୁବଳ ସପ କରି କୋଳ
ନୟନୁ ଲୁହ ଝରାଇ,
ହୃଦୟ ବୀଣାରେ ଗାଇ ତଙ୍କ ନାମ
ଅର୍ଣ୍ଣ ଜଳ ନ ଭୁଂଜଇ ॥
କଦମ୍ବ ବନରେ ଶୂନ୍ୟ କଳସୀରେ
ରାଧା ବିରହିଣୀ ବସି,
ବିରହ ବେଦନା ପୀରତି କଳ୍ପନା
ବାଢୁଛନ୍ତି ଦିବାନିଶି ॥
ବସନ୍ତ ମଳୟେ ନାହିଁ ମଧୁକ୍ଷରା
ପଲ୍ଲବେ ନାହିଁ ରାଗିଣୀ,
ଗୋପପୁର ଧୂଳି ଯାଇଛି ମଉଳି
ନିନାନ୍ଦିତେ ବେଣୁପାଣି ॥
ବାୟାଣୀ ଯଶୋଦା ହାରି ସ୍ନେହଁସୁଧା
ତାଙ୍କରି ବାଟ ଓଗାଳି,
ନିଇତି ଖୋଜନ୍ତି ଗୋପଦାଣ୍ତ ପରେ
ନନ୍ଦ ହେଉଛନ୍ତି ଭାଳି ॥