ବିରହ ବେଦନା
ବିରହ ବେଦନା
*ବିରହ ବେଦନା*
ବିରହ ବେଦନା ବଖାଣିବାପାଇଁ
ଭାଷା ମତେ ମିଳୁ ନାହିଁ
ନିଜ ଏ'ମନର ଦୁଃଖ ଯାତନାକୁ,
ନ ପାରେ କାହାକୁ କହି ||
ମୋ' ଦୁଇ ଆଖିର ସ୍ବପ୍ନ ଯିଏ ଥିଲା
ସିଏ ଆଜି ମଲା ଜହ୍ନ
ସମୟ ରୂପକ ନିର୍ଦ୍ଦୟ ଜହ୍ଲାଦ,
ମିଟାଇଛି ତା'ର ଚିହ୍ନ ||
ଜୀବନ ନାଆ ମୋ' ବହୁଥିଲା ଯହିଁ
ସିଏ ଥିଲା ତାର କୂଳ
ନଦୀରେ ଯାଇଛି ଦିଗହରା ସାଜି,
ପାଉନାହିଁ ଥଳକୂଳ ||
ମନ ବଗିଚାରେ ଶୋଭା ପାଉଥିଲା
ସୁନ୍ଦରୀ ଗୋଲାପ ଭଳି
ରଖିବାକୁ ତା'କୁ ଭଅଁରଠୁ ଦୂରେ,
ସାଜିଯାଇଥିଲି ମାଳୀ ||
ଅଜାଣତେ ମୋର ବଗିଚାରେ ପଶି
କଲା ତା'କୁ କିଏ ଚୋରି?
ସପନରେ ଭରା ଦୁଇ ନୟନରେ,
ଅଶ୍ରୁଧାର ଦେଲା ଭରି ||
ଜୀବନରେ ବାକି ଅଛି ଯେତେ ପଥ
ଚାଲିବାକୁ ରାଜି ଏକା
ଆଉ କେବେ କାହା ପ୍ରେମରେ ନପଡେ଼,
ନମିଳୁ ଏମିତି ଧୋକା ||
*ସତ୍ୟଜିତ ସ୍ୱାଇଁ*
*ଅଡ଼ପୁର,କଟକ*