STORYMIRROR

Panchanan Jena

Fantasy

3  

Panchanan Jena

Fantasy

ବିଫଳ ଛାଇ

ବିଫଳ ଛାଇ

1 min
12

କବିତା - ବିଫଳ ଛାଇ
 ରଚନା - ପଞ୍ଚାନନ ଜେନା
 ତାରିଖ -୦୯-୦୨-୨୦୨୬
 ++++++++++++++++++
 ତୁ ମାନି ନେଇଛୁ ବୋଧେ
ଫୁଲେଇ ଗେହ୍ଲେଇ ଟିଏ
 ଆନମନା ପାହାଡ଼ି ନଈଟିଏ
ଭଲ କଥା ଭାବିଛୁ
ଭାବିବାରେ ପରା ନାହିଁ ଶିକୁଳି
 ଭାବି ଚାଲିଥା ସୌଭାଗ୍ୟବତି ଅର୍ଗଳି

 ତୁ ଭାବି ସାରିଛୁ ବୋଧେ
 ମିଛେଇ ବିଲେଇ ଟିଏ
 ପଚାଶଢ଼ା ଭର୍ତ୍ତି ଟୋକେଇ ଟିଏ
ଭଲ କଥା ଜାଣିଛୁ
ଜିଜ୍ଞାସା ଜର୍ଜରିତ ହେଉ ପଞ୍ଚେନ୍ଦ୍ରୀୟ
 ଉତ୍ତରୋତ୍ତର ଉନ୍ନତି ହେଉ ମହୋଦୟ

 ତୁ କହି ସାରିଛୁ ବୋଧେ
 କୁନ୍ଥେଇ ମୋଟେଇ ଟିଏ
 ମହା ବିନ୍ଧେଇ ସନ୍ଦେହୀ ଟିଏ
 ଭଲ ହେଲା ଆମୂଳଚୁଳ ଜାଣିଗଲା
ଚେରଗତ ବିଷ୍ଳେଷଣ ମୂଳଗତ ଅନୁଶୀଳନ
ବିରୋଧି ମାନଙ୍କର ଚେର ଉପାଡି ପଳାୟନ

 ତୁ ଗାଇ ସାରିଛୁ ବୋଧେ
 ମାଟି କଣ୍ଢେଇ ମହାପାଟ୍ଟଦେଇ ଟିଏ
 ହୁଗୁଳି ମୁଗୁଳି ଗୁଳୁଗୁଳି ଖାଳେଇ ଟିଏ
 ଭଲ ହେଲା ଭେଲ ଜଣା ପଡ଼ିଗଲା
 ସ୍ନେହ ସରଧା ବେଶି ବଉଁଶ ବୁଡେ ହସି
 ସବୁଦିନେ ଜହ୍ନରାତି ବିଷମ ଦୁର୍ଗମ ମସି

 ତୁ ଲେଖି ସାରିଛୁ ବୋଧେ
 ଧାନଭର୍ତ୍ତି ମରେଇ ଟିଏ
ପାଣିପୁର୍ତ୍ତା ସୁରେଇ ଟିଏ
ଭଲ ପାଇବାର ଆଶାରେ ଲୋକହସା
 ସବୁ ପରିସ୍ଥିତିରେ ନେବା ଚଳେଇ ବଳେଇ
 ଠିକଣା ବେଳେ ପୁଙ୍ଗୁଳା ଲଙ୍ଗଳା ବିଫଳ ଛାଇ


Rate this content
Log in

Similar oriya poem from Fantasy