ବିଳାପର ସ୍ୱର
ବିଳାପର ସ୍ୱର
ଦୁନିଆର ସ୍ୱପ୍ନିଳ ବିଛଣା ଉପରେ
ସମସ୍ତେ ଆଖିରେ ଲେସିଛନ୍ତି ଅସୁମାରୀ ସ୍ୱପ୍ନର କଜ୍ଵଳ
କିଏ କେତେ ବିଶାଳ ଭାବରେ ସଜାଇଛନ୍ତି କଳ୍ପନାକୁ
ସମୟବି ବୋଳି ଦେଇଛି ବାସ୍ତବତାର ରଙ୍ଗ
ସେମାନଙ୍କ କଳ୍ପନାର ନକ୍ସା ଉପରେ ବିଳମ୍ବ ନକରି
ବାରମ୍ବାର ଖୋଜେ ଆଉ ନିରାଶ ହୋଏ
ମୋ ଭିତରେ ସେହି ପୁଲକକୁ ଅନ୍ୱେଷଣ କରି କରି ||
ନିସ୍ତେଜ, ନିଥର ହୋଈ ଖାଲି ଖୋଜୁଥାଏ
ଆଖିରେ ତ ଆଙ୍କିଦେଇଛି ନୀରବତାର କାହାଣୀକୁ
ମୁଁ ତ ଶୂନ୍ୟ, ଦୟାର ପାତ୍ର, ଏକ ବିଫଳ ଚରିତ୍ର
ବିନା ଦ୍ବିଧାରେ ଆହ୍ୱାନ କରିଛି ନିନ୍ଦା, ଅପମାନକୁ
କାହିଁକି ବାନ୍ଧିବି ସୁଖର ଆଶାକୁ
ବାରମ୍ବାର ଭାଙ୍ଗି ଭାଙ୍ଗି ଆଉ ସଜାଡ଼ିବାର ସାହସ ବି ନାହିଁ
ସେଥିପାଇଁ ତ ସ୍ୱଇଚ୍ଛାରେ ପାଲଟିଯାଇଛି
ନିରବରେ ବିଳାପ କରୁଥିବା ବିରସ ମଣିଷ ଟିଏ ||
