STORYMIRROR

Manaswini Dash

Tragedy

3  

Manaswini Dash

Tragedy

ବିଳାପର ସ୍ୱର

ବିଳାପର ସ୍ୱର

1 min
259

ଦୁନିଆର ସ୍ୱପ୍ନିଳ ବିଛଣା ଉପରେ 

ସମସ୍ତେ ଆଖିରେ ଲେସିଛନ୍ତି ଅସୁମାରୀ ସ୍ୱପ୍ନର କଜ୍ଵଳ 

କିଏ କେତେ ବିଶାଳ ଭାବରେ ସଜାଇଛନ୍ତି କଳ୍ପନାକୁ 

ସମୟବି ବୋଳି ଦେଇଛି ବାସ୍ତବତାର ରଙ୍ଗ 

ସେମାନଙ୍କ କଳ୍ପନାର ନକ୍ସା ଉପରେ ବିଳମ୍ବ ନକରି 

ବାରମ୍ବାର ଖୋଜେ ଆଉ ନିରାଶ ହୋଏ 

ମୋ ଭିତରେ ସେହି ପୁଲକକୁ ଅନ୍ୱେଷଣ କରି କରି ||

ନିସ୍ତେଜ, ନିଥର ହୋଈ ଖାଲି ଖୋଜୁଥାଏ 

ଆଖିରେ ତ ଆଙ୍କିଦେଇଛି ନୀରବତାର କାହାଣୀକୁ 

ମୁଁ ତ ଶୂନ୍ୟ, ଦୟାର ପାତ୍ର, ଏକ ବିଫଳ ଚରିତ୍ର 

ବିନା ଦ୍ବିଧାରେ ଆହ୍ୱାନ କରିଛି ନିନ୍ଦା, ଅପମାନକୁ 

କାହିଁକି ବାନ୍ଧିବି ସୁଖର ଆଶାକୁ 

ବାରମ୍ବାର ଭାଙ୍ଗି ଭାଙ୍ଗି ଆଉ ସଜାଡ଼ିବାର ସାହସ ବି ନାହିଁ 

ସେଥିପାଇଁ ତ ସ୍ୱଇଚ୍ଛାରେ ପାଲଟିଯାଇଛି 

ନିରବରେ ବିଳାପ କରୁଥିବା ବିରସ ମଣିଷ ଟିଏ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy