Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.5  

Prasanta Beuria

Abstract

ବିଜୟ - ଏକ ଶୂନ୍ୟତା ପାଇଁ

ବିଜୟ - ଏକ ଶୂନ୍ୟତା ପାଇଁ

1 min
341


ଆକାଶର ଉଚ୍ଚତା ଠାରୁ ଅଳ୍ପ ଉପରେ, 

ସମ୍ପୂର୍ଣ୍ଣ (କିନ୍ତୁ କ୍ଷଣସ୍ଥାୟୀ ) ନୀରବତାର କ୍ଷେତ୍ରରେ; 

ସ୍ୱଳ୍ପ ଆବେଗ ଓ ଅଶାର ଏକ ଚିଂଗାରୀ ଦିଶେ ।  


ତର୍ଜନୀ ଓ ମଝି ଅଙ୍ଗୁଳିର 'V" ଚିହ୍ନ ,    

ଶିଖରରେ ପହଂଚିବାର ପ୍ରବଳ ଇଛା;   

ପରାସ୍ତ ହୁଏ ଐଶ୍ଵରୀୟ ଶକ୍ତି ନିକଟରେ ।

  

ପ୍ରଚଣ୍ଡ କ୍ରୋଧ ଓ ହଜି ଯାଇଥିବା ମହାନନ୍ଦର ଅନ୍ଧତ୍ଵରେ,

ବାଟବଣା ହୋଇ ଯାଇଥିବା ପ୍ରାପ୍ତିର ଶେଷ ଠିକଣାକୁ ଖୋଜି ;

ଯନ୍ତଣାର ପ୍ରଶିରା ମଧ୍ୟରେ ଆତ୍ମା ରାସ୍ତାଟିଏ ଆବିଷ୍କାର କରିନିଏ।

 

ପ୍ରଚଣ୍ଡ ଶକ୍ତିରେ ପରବର୍ତ୍ତୀ ବିଜୟ କିମ୍ବା ପରାସ୍ତର   

ଉଜ୍ଜ୍ୱଳତାରେ, ପୁନଶ୍ଚ ଅନ୍ଧ ହୋଇଯିବାକୁ !         

ଯେପରି ପରିବର୍ତ୍ତନ ପାଇଁ ,

ମୃତ୍ୟୁର ରଥ ଅଗ୍ରସର ହେଉଥାଏ ଜୀବନ ଆଡକୁ ।   


ଏବଂ ହସେ, ଅଲମ୍ପିକ ଟ୍ରାକ୍ ର ଦୌଡ଼ରେ ହସିଲା ପରି,

ଆଖି ବନ୍ଦ କରି ନିଜ ଭିତରର ଶୂନ୍ୟତାକୁ ଦେଖି।



Rate this content
Log in

Similar oriya poem from Abstract