STORYMIRROR

Sudeshna Pradhan

Fantasy Inspirational Children

3  

Sudeshna Pradhan

Fantasy Inspirational Children

ବିଜ୍ଞାନ ଭିତ୍ତିକ କାହାଣୀ

ବିଜ୍ଞାନ ଭିତ୍ତିକ କାହାଣୀ

1 min
163

ଜେଜେଙ୍କସାଥେ ଖାଇବସିଲି,                             

ଆଜି ମୁଁ କେତେକାଳେ, ମାଆ ଆସିଣ ଖାଇବା ଦେଲେ                          

ଜଳଖିଆ ଖରାବେଳେ |

ପଚାରିଲି ମୁଁ ଭାତ ଆମର ସରିଗଲାକି ମାଆ, ଖରାବେଳରେ ପୁରି ଉପମା ଦେଉଛ ଜଳଖିଆ |ଜେଜେ କହିଲେ ଆଜିପରା ମା ଚନ୍ଦ୍ର ଗ୍ରହଣ ଅଟେ, ଜଳଖିଆକୁ ଖାଇଣ ଆଜି ହାଣ୍ଡି ଛାଡ଼ିବେ ସମସ୍ତେ |

ପଚାରିଲିମୁଁ କାହିଁକି ଜେଜେ ହାଣ୍ଡି ଛାଡ଼ିବେ ସବୁ? ଗ୍ରହଣହେଲେ କେଉଁକାରଣେ ଏସବୁକୁ ମାନିନେବୁ?

ଜେଜେ କହିଲେ ଚନ୍ଦ୍ରଦେବ ଯେ ହୋଇବେ ରlହୁଗ୍ରାସ,              

ତେଣୁକରିଣ ଖାଦ୍ୟ ଉପରେ ରଖ ହେ କୁଶଘାସ |କେମିତି ଜେଜେ ରାହୁ ଗିଳଇ ଚନ୍ଦ୍ରଙ୍କୁ କେଉଁପରି, ଅନ୍ୟ ଦେବତା ଆସି ତାହାଙ୍କୁ ପାରନ୍ତେ ରକ୍ଷା କରି |

ଏସବୁ କଥା ଶୁଣିଣ ମାଆ ହସିଦେଲେ ଯଂହୁ, ଜେଜେ କହିଲେ କାହିଁ ହସିଲ କୁହହେ ସାନବୋହୁ?

ମାଆ କହିଲେ ସେ ଯୁଗ ଆଉ ଅଛିକି ବାପା ଏବେ, ଚନ୍ଦ୍ରପଥରେ ରାହୁ ଆସିଣ ଗିଳେ କେମିତି କେବେ? ଜେଜେ କହିଲେ ତୁମେ ତ ସବୁ ବିଜ୍ଞାନ ଯୁଗ ପିଲା, ମାନୁନ ଜମା ବିଧିବିଧାନ ଆଗରୁ ଯାହା ଥିଲା |ତାହେଲେ କୁହ ଚନ୍ଦ୍ରକୁ କିଏ କରୁଛି ଆଜି ଗ୍ରାସ, ଯୁଗ ବଦଳି ଗଲାଣିବୋଲି କୁହ କରି ସାହାସ |  

ମାଆ କହିଲେ ରାଗନି ବାପା ଦେଉଅଛି ବୁଝାଇ, ପୂର୍ଣ୍ଣମୀ ଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ଥିଲେ ମହୀ |

ଚନ୍ଦ୍ରର ନାହିଁ ନିଜ ଆଲୋକ ସୂର୍ଯ୍ୟଠୁ ସିନାପାଏ, ମଝିରେ ମହୀ ଗଲେରେ ରହି ଛାଇ ତା ପଡ଼ିଯାଏ |

ସେତିକି ବେଳେ ଖାଦ୍ୟ ପଦାର୍ଥ ଜୀର୍ଣ୍ଣ ହୁଏନି ଜମା, ତେଣୁ କରି ହେ ଗରିଷ୍ଠ ଖାଦ୍ୟ ଖାଇବା ହୁଏ ମନା |

ଏକଥା ଶୁଣି ଜେଜେ ଆମର କହିଲେ ହେଇଥିବ, ଏତେକଥାକୁ ଆଗକାଳରେ କିଏ ଵା କାହିଁ ଜାଣିବ |

ବିଜ୍ଞାନ ବଳେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଛି ମାନବ, ମାନିଲେ ସବୁ କଥା ସତର୍କ ଆଗରୁ ହେଇଯିବ |


Rate this content
Log in

Similar oriya poem from Fantasy