STORYMIRROR

Lopamudra Parida

Abstract

3  

Lopamudra Parida

Abstract

ବିଜନତା

ବିଜନତା

1 min
218


ଏ ଡାଇରୀ ର ଫର୍ଦ୍ଦ ମାନେ ଭାରି ଜିଦ୍ଦିଆ ନା ।

ଅମାନିଆ ହେଇ ଜବରଦସ୍ତ ଲେଖେଇ ନିଅନ୍ତି 

ଯେତେକ ତୁମର ଅବ୍ଯକ୍ତ, ଅକୁହା 

ସେଇ ସବୁ ମ ........

କାହାକୁ ବାଣ୍ଟିବିନି ଭାବିଲେ ଭାବିଥାଅ 

ତାର କଣ ଅଛି !


ପୁଣି କେତେ ଗୁଡେ ବର୍ଷ ପରେ 

ପୁଣି କୋଉ ଅଳୁଗୁଣି ପଛରୁ କି

କାଠ ଆଲମାରୀ ଉପରୁ ଧଡକି ଖସିପଡି 

ଖୋଲି ପକେଇଦିଅନ୍ତି ତୁମ ଆଗରେ 

ସେଇ ଫର୍ଦ୍ଦ ସବୁ ଚିତ୍ କରି 

ସେତକ ଗୁମର, ଯାହାକୁ ତୁମେ 

ସେଇ ଡାଇରୀକୁ ସମର୍ପି ଦେଇ

ମନରୁ ହଜେଇ ସାରିଥାଅ ।।


ସ୍ମୃତି ପେଲି ପେଲି ଫେରେଇ ଆଣନ୍ତି 

ସେ ଅବଣ୍ଟିତ କଣ୍ଟା ତକ 

ଖୁଣ୍ଟି ଖୁଣ୍ଟି ବିଜନତା ରୁ ।।


ବିଜନତା ବି ବେଳେ ବେଳେ 

ଭାରି ପ୍ରିୟ ଲାଗେ ନା !

ହଉ ପଛେ ହଳଦିଆ କାଗଜର 

ସେଇ ଶୁଖିଲା ଗୋଲାପ 

ଛୁଇଁ ଛୁଇଁ ଫେରେଇ ତ ଦିଏ

ସେଇ ଅଭୁଲା ମୂହୁର୍ତ୍ତ ସବୁ

ହାତ ପାପୁଲିରେ ସ୍ବପ୍ନ ପରି

ଆଉଥରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract