STORYMIRROR

Rosy Mishra

Tragedy

3  

Rosy Mishra

Tragedy

ବୀର ଗତି

ବୀର ଗତି

2 mins
200



ତ୍ରିରଙ୍ଗା ପତାକା ଘୋଡେଇ ହୋଇ

ବୀରତ୍ବର ଟୀକା ମଥାରେ ନାଇ


ବିର ବାଦ୍ୟ ସଂଗେ କାହିଁ ଫେରିଛି

ବୀରଗତି କିବା ପାଇ ସାରିଛି


ଗାଁ'ର ଥିଲା ସେ ମଉଡ଼ମଣି

ଚାଲିଗଲା କରି ସଭିଙ୍କୁ ଋଣୀ


ଅବେଳରେ କିଆଁ ଗଲା ସରମି

ନିଜେ ଲେଖିଗଲା ନିଜ କାହାଣୀ


ବୀର ସୈନିକର ବିତତ୍ୱ ଗାଥା

ଶୁଣି ଗର୍ବେ ଉଚ୍ଚା ହୁଅଇ ମଥା


ଦେଶ ରକ୍ଷା ପାଇଁ ସୀମାରେ ଉଭା

ଖରା, କାକରକୁ ନାହିଁ ତା ନିଘା


ରାଷ୍ଟ୍ରର ସୁରକ୍ଷା ପରମ ଧର୍ମ 

ଧର୍ମ ରକ୍ଷା ପାଇଁ ଦିଏ ଜୀବନ


କବି କଳ୍ପନାର ସେ ହିମାଳୟ

ପଦବ୍ରଜେ ତାକୁ କରିଛି ଜୟ


ଶତ୍ରୁ ସାଥେ ଲଢ଼ି ବୀର ଦରପେ

ସୁଖନିଦ୍ରା ଯାଏ ଧରଣୀ ବକ୍ଷେ


ବଞ୍ଚିଛି ଏ ଦେଶ ତାହାରି ଦମ୍ଭେ

ତା'ର କୀର୍ତ୍ତିରାଜି ଖୋଦିତ ଖମ୍ଭେ


ତା'କର୍ତ୍ତବ୍ୟ ଆଗେ ସବୁ ହାରିଛି

ସାରା ଦେଶ ଅଳି ତାକୁ ଝୁରୁଛି


ଶୋଇଛି ବୋଲି ତା' ଚର୍ଚ୍ଚା ଚାଲିଛି

ଧରିତ୍ରୀ ପାରୁନି ତା'କୁ ମୁରୁଛି


କାନ୍ଦେ ମାତୃଭୂମି ଛାତି ଫଟେଇ 

ବୀର କୁମାର କୁ ଦେଇ ହରେଇ


କାନ୍ଦନ୍ତି ଜନତା, କାନ୍ଦଇ ଗାଁ

ଧନ୍ୟ ପରିବାର ଧନ୍ୟ ତା' ମାଆ


ବାପ ପାଲଟିଛି ତୁଠ ପଥର

ମାଆ ବାହୁନଇ ହୋଇ ଅଧିର


ଭାଇ ବେସାହାରା ହୋଇଛି ଆଜି

ଭଉଣୀ କାନ୍ଦଇ ରାଖୀ କୁ ଖୋଜି


ମୁକ ପାଲଟିଛି ବିରା ରମଣୀ

ହରାଇ ନିଜର ମଥାର ମଣି


ସନ୍ତାନ ଯାଆନ୍ତି ମାଟିରେ ଲୋଟି

ଫେରିଆସି ଧନ ଧର ସାଉଁଟି


ଶୁଭୁଛି ମୃଦଙ୍ଗ,ତେଲିଙ୍ଗି ବାଜା

ବୀର ପାଇଁ ହୁଏ ସରଗେ ସଜା


ଜୁଇ,ଯାଇ ହେନା ଫୁଲରେ ଗୁନ୍ଥା

ଝଲସନ୍ତି ସ୍ତମ୍ଭେ ପେନ୍ଥା କୁ ପେନ୍ଥା


ଉତ୍ସବ ମୁଖର ଅମରପୁର

ଜନ୍ତୁରାଣ ଦିଶେ ଭାରି କାତର


ବୀର ଆଗମନେ ବଢୁଛି ଚିନ୍ତା

ଏ ବୀର ସାଜିପାରେ ସେ ନଚିକେତା


ଧନ୍ୟ ଲୋ ଜନନୀ, ଧନ୍ୟ ତୋ ଗର୍ଭ 

କୋଳେ ଥିଲୁ ରଖି ରାଷ୍ଟ୍ରର ଗର୍ବ


ବାତ୍ସଲ୍ୟ ପ୍ରେମ କି କରିଲୁ ଉଣା

ଆକାଶେ ଉଡିଲା ଲଗାଇ ଡେଣା


ଜାଣିଛି ତା'ପାଇଁ କଫିନ ଅଛି

ତଥାପି ଗଲା ସେ ତୋତେ ମୁରୁଛି


ଶତ୍ରୁ ଆଗେ ଦେଲା ପତେଇ ଛାତି

ସୁରକ୍ଷା ପାଇଁ ତା' ଜନମ ମାଟି


ନିର୍ଦ୍ୱୟ ଦୁର୍ବୁତ୍ତ ନୃଶଂସ ଚିତ୍ତେ

ଆକ୍ରମଣ କଲେ ଭୀରୁ ଯେମନ୍ତେ


ଚାଳିଶ ଯବାନ ହେଲେ ନିହତ

ତଥାପି ମୋ ଦେଶ ଭାରି ଗର୍ବିତ


ଜନମିବେ କେତେ ବୀର କୁମର

ଧସେଇ ପଶିବେ ଶତ୍ରୁ ଶିବିର


ବିର ଦରପେ ତା' କାଟିବେ ମଥା

ନଥିବ କେ ତା'ର ଜାଳିବ ଚିତା


ଯେବେ ଯାଏଁ ଥିବେ ଗଗନେ ସୂର୍ଯ୍ୟ

ଜୀବନ୍ତ ରହିବ ଯବାନ ଶୌର୍ଯ୍ୟ


ଜଗତ ପାଇଁକି ତୁମେ ପ୍ରେରଣା

ଯେତେ ଗାଇଲେ ବି ପଡଇ ଊଣା


ଜୟ, ଜୟ ହେ ଆମର ଯବାନ

ଜନ୍ମଦାତ୍ରୀ ମଧ୍ୟ କରେ ପ୍ରଣାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy