STORYMIRROR

Prasanna Kumar Madala

Classics

3  

Prasanna Kumar Madala

Classics

ବୀଣାପାଣି

ବୀଣାପାଣି

1 min
186


ପଙ୍କଜପୟରେ ନିଉଁଛାଣି

କରୁଅଛି ଦେବୀ ବୀଣାପାଣି

ତତ୍ତ୍ବ ଅନୁଯାୟୀ ମାଗୋ ମହାମାୟୀ

କଣ୍ଠେ ବସି ଦିଅ ଶୁଦ୍ଧବାଣୀ ।


ମାନସେ ମୋ' ଗୀତିରାଣୀ

ଚେତନାକୁ ନିଏ ଟାଣି

ଅନୁକମ୍ପା କରି   ତହିଁ ଦିଅ ଭରି

ନବରସ ସୁଧା ଛାଣି ।


ନିଖିଳ ବିଦ୍ୟାର ଠାକୁରାଣୀ

ଶ୍ରଦ୍ଧାରେ ନୈବେଦ୍ୟ ଦେଲି ଆଣି

ଜଗତର ହିତେ  ରଚିବି ସାହିତ୍ୟେ

ସୂଚାଇବ ମନୋଭାବ ଜାଣି ।



Rate this content
Log in

Similar oriya poem from Classics