STORYMIRROR

Kailash Chandra Sahani

Romance

3  

Kailash Chandra Sahani

Romance

!! ବିଧୂର ମନର ଭାଷା. !!

!! ବିଧୂର ମନର ଭାଷା. !!

1 min
267

ଉଷା କାଳେ ମୋର ଭାଷା ପଢିବ ଗୋ ସଜନୀ

କେମିତି ପାହିଛି ବେଦନାରେ କାଲି ରଜନୀ ,

ତମସା ରାଣୀର ଅବଗୁଣ୍ଠନ ର ତଳେ

ପୂନେଇଁ ଜହ୍ନ ଟା ଚିଆଁଇ କେମିତି ଜାଳେ


ସୁଦୂର ଆକାଶେ ତାରା ଫୁଲ କେତେ ଫୁଟେ

ବାତାୟନେ ମୋର ସେଫାଳିର ବାସ ଛୁଟେ ,

ପ୍ରେମ ମଦିରାରେ ଆନମନା ହୋଇ ସଖୀ

ମାତାଲ ମନଟା ତୁମ ବିନା ହୁଏ ଦୁଃଖୀ


କେତେ ଦୂରେ ତୁମେ ନିଶିଥିନୀ ଯାପୁଥିବ

କର ଲେଉଟାଇ ଉପାଧାନ ମଣ୍ଡିଥିବ ,

ଉଜାଗରେ ଥିବ ମୋ ଫେରିବା ବାଟ ଚାହିଁ

ଦୁକୁଳ ଅଞ୍ଚଳେ ଝରା ଲୁହ ପୋଛି ନେଇ


ସଜନୀ ଗୋ କେବେ ସପନ ଗୋପନେ ଆସେ

ତୁମରି ଲପନେ ମୁଚୁକୁନ୍ଦ ହସ ଭାସେ ,

ଲାକ୍ଷା ରଞ୍ଜିତ ସେ ପାଦ ମଞ୍ଜୀର ଧ୍ବନି

ବାତୁଳ ପବନ ସଧୀରେ ଉଡାଏ କାନି


ଫେରିବି ଗୋ କେବେ ଫେରିବି ମନ୍ଦିରେ ତୋର

ପିଆସୀ ବନ୍ଧୁ ମୁଁ ପାଲଟିଛି ଯାଯାବର ,

ନୟନ ଦୀପରେ ପୀରତି ଅଞ୍ଜନ ମାଖି

ଜବା ଅଧରରେ ତୃଷ୍ଣା କାତର ସଖୀ


ଯତନେ ସଜାଇ ରଖିଥିବ ପୂର୍ଣ୍ଣ କୁମ୍ଭ

ଓଲଟ ରମ୍ଭାର ସୁ ସଜ୍ଜିତ ରମ୍ୟ ସ୍ତମ୍ଭ

କର ପଲ୍ଲବରେ ମଞ୍ଜୁଆତି କୁ ମଞ୍ଜାଇ

ମୁକୁଳିତ ପଥେ ରହିଥିବ ପ୍ରିୟା ଚାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance