STORYMIRROR

Lalita Mohan Mishra

Classics

3  

Lalita Mohan Mishra

Classics

ବିଡମ୍ବନା

ବିଡମ୍ବନା

1 min
349

ଭାବୁଥିଲି ଦିନେ ବସି, ଦୁନିଆଁ ରେ ଖାଲି

ମୁଁ ଏକା ଗରିବ ବୋଲି

କିନ୍ତୁ ଦେଖୁ ଅଛି, ଏବେ ଏହି ସଂସାରରେ

ସମସ୍ତଙ୍କ ଶୂନ୍ୟ ଝୁଲି 


ଆଜିର ଦିନରେ ଗରିବ, ଧନୀ କିଏ

ଗରିବ ବି ଫଟା ପିନ୍ଧୁଛି

ଧନୀ ବି ଫଟା ପିନ୍ଧୁଛି     

ଫରକ ଏତିକି

ଗରିବ ପିନ୍ଧି ପିନ୍ଧି ଫାଟିଯାଏ 

ଆଉ ଧନୀ

ଫଟା ପିନ୍ଧିବାକୁ ଫେସନ ଭାବେ


ଗରିବ ଅଙ୍ଗ ଲୁଚେଇବାକୁ

କପଡା ପାଏନି

ଆଉ ଧନୀ ଅଙ୍ଗପ୍ରଦର୍ଶନକୁ

ମଡର୍ଣ୍ଣ ଭାବି ଚିରା ପିନ୍ଧେ

ଆଜିକାଲିର ଏହାହିଁ ବିଡମ୍ବନା

କାହାକୁ କହିବା

କହିଲେ କୂଳକୁଟୁମ୍ବକୁ ଲାଜ

ନ କହିଲେ କୂଳ ଭାସିଯାଉଛି


ଧନ ପାଇଁ ଏଠି କିଏ ତ ଗରିବ

କାହାର ନାହିଁ ବା ସମୟ

ସମୟ ଅଭାବେ ମଣିଷ ଜୀବନ

ହୁଏ ଖାଲି କଲ ବଲ

ସମ୍ପର୍କ ବିହୁନେ ଝୁରି ମରେ କିଏ

ଲୋତକ ବନ୍ୟା ଛୁଟାଇ

ତ୍ରିତଳ ପ୍ରାସାଦ ତୋଳି ମଧ୍ଯ ଜନେ

ଜୀବନରେ ଶାନ୍ତି ନ ହୁଅଇ


ଶାନ୍ତି ବିହୀନ ଏ ଜୀବନ କାଟିବା

କେତେ ଅଟେ କଷ୍ଟ ସାଧ୍ଯ

ପିତା,ପୁତ୍ର,ଜାୟା, ଜନନୀ, ଭଗିନୀ 

ଠାରେ ନାହିଁ ସ୍ନେହ ପ୍ରେମ

ନିଜ ଲୋକ ଠାରୁ ଦୂରେଇ ରହି କି

ପାଇଲୁ ଯେଉଁ ବୟସ

ସେ ସମୟ କେବେ ଶାନ୍ତି ଦେବ ନାହିଁ

ଦେବନି ପ୍ରାଣେ ଅୟସ


ଆତ୍ମୀୟ ସୋଦର କରି ତୁ ନିଜର

ପାଇଲୁ ଯେଉଁ ଜୀବନ

ତୋ ପୁଣ୍ଯ ଡଙ୍ଗl ଆହୁଲା କୁ ଧରି

ତୋ ଜୀବନ କଲେ ଧନ୍ୟ

ଆରେ ମୂଢ ମତି ନିର୍ଜୀବ ସମ୍ପତ୍ତି

ଛାଡି ସୁ ସମ୍ପର୍କ ଗଢ଼

ଯେଉଁ ଧନ ତୋତେ ଶାନ୍ତି ଦେବନାହିଁ

ତା ପଛରେ କାହିଁ ପଡ


ବୃଥା ଆସ୍ଫାଳନ କାହିଁକିରେ ଧନ

କରୁଛୁ ସଂସାରରେ ରହି

ମିଛ ମାୟା କ୍ଷଣଭଙ୍ଗୁର ଜଗତେ

ପାପରେ ବୁଡନା ତୁହି

ଅଜ୍ଞାନ ନୁହେଁ ତୁ ସୁଜ୍ଞାନୀ ପୁରୁଷ

ସ୍ଥିର ଚିତ୍ତେ ଚିନ୍ତା କର

ଜୀବନର ପରିବର୍ତ୍ତନ ଘଟାଇ

ସୁକର୍ମ ରୂପକ ଦଣ୍ଡକୁ ଧରେ


Rate this content
Log in

Similar oriya poem from Classics