ବିଡମ୍ବନା ଏତିକି
ବିଡମ୍ବନା ଏତିକି
ତୁମେ ଈଶ୍ୱର
କାହିଁକି ? ଦେଲ ଅଧିକାର
ନରରାକ୍ଷାସଗଣଙ୍କୁ ବ୍ୟବିଛେଦ
କରିବାକୁ
ମୋ ଶରୀର ଓ ଆତ୍ମାକୁ
ମୁଁ
ତ ବାଣ୍ଟି ଚାଲିଥିଲି
ପ୍ରେମ,ଦୟା, କରୁଣାର ବାର୍ତ୍ତା,
ଭାବିଥିଲି
ରାକ୍ଷାସ ମାନେ ବିବର୍ତ୍ତିତ ହୋଇ
ଦେବତ୍ଵ ନ ହେଲା ନାହିଁ
ମାନବ ତ ବନିଯିବେ
ଦିନେ ,
ସେ ଦିନ
ଜିତି ଯାଇଥଲା ପୁଣିଥରେ
ରାକ୍ଷସତ୍ୱ,
କଳିକାରୁ ଫୁଲ ନ ବନିଥିବା ଏ ଶରୀରକୁ
ଝାମ୍ପି ଖୁମ୍ପି ଖାଇଥିଲେ
ଜଣକ ପରେ ଜଣେ ,
କିଏ ? ତାଙ୍କୁ ସେ ଅଧିକାର ଦେଲା କେଜାଣି ଦୁଇ ଯୋଡ଼ା କାଠ ଫଳିଆରେ
କ୍ରୁଶବିଦ୍ଧ କରିବାକୁ
ମୋ ଆତ୍ମାକୁ,
ତା ପରେ
ଖୋଜି ପାଇଥିଲି ନିଜକୁ
ସହରତଳି
କେଉଁ ଏକ ଅନ୍ଧାର ରୁଦ୍ଧ କୋଠରୀରେ
ପ୍ରତିଦିନ ହେଲି
ଭୋଜ୍ୟ,
ସହରି
ବାଘ, ଭାଲୁ , ହେଟା, ବିଲୁଆଙ୍କ,
କିଏ ? କହିଥିଲା
ତୁମକୁ ଦେବାକୁ ମତେ ଝିଅ ଜନମ,
ଯଦି ପାରୁଛ,ଦେଖ ତୁମେ ଈଶ୍ୱର ,
ଲୁହ,ଲହୁ
ଦୁଇଟି ଝରିଛଲିଛି ଦେହ,ଦାହ,
ଆତ୍ମାରୁ ଅବିରାମ,
ବିଡମ୍ବାନାଏତିକି,
କିଏ ? କାହିଁକି? ଦେଲା ଏ
ପ୍ରାରବ୍ଧ
କୁକୁର ଚାଟି ଚାଲିଥିବା
ଅଇଁଠାପତ୍ରର,
ଈଶ୍ୱର !
ତୁମେ କେମିତି ହେଲା
ଏତେ
ନିଷ୍ଠୁ