STORYMIRROR

Sambit Srikumar

Abstract Tragedy Inspirational

4  

Sambit Srikumar

Abstract Tragedy Inspirational

ବିଡ଼ମ୍ବିତ ଭବିଷ୍ୟତର ଦାୟାଦ

ବିଡ଼ମ୍ବିତ ଭବିଷ୍ୟତର ଦାୟାଦ

1 min
378


ମହାମେଘବାହାନ ଐରଖାରବେଳଙ୍କ

ସୁଯୋଗ ଦାୟାଦ ଏଇ ଓଡ଼ିଆ ଜାତି

ଆଜି ସାଜିଛି କର୍ମନଷ୍ଠରେ କାଙ୍ଗାଳ

ଭ୍ରମୁଛି ହସ୍ତେ ଧରି ଭିକ୍ଷା ଥାଳ

ପଲ୍ଲୀ ନଗ୍ରେ ଲଭିବାକୁ ଦୁଇଓଳି

ଉଦର ପୂର୍ଣ୍ଣ ଅର୍ଥେ ଆହାର!!

ଆଗଙ୍ଗା କାବେରୀ ଦିନେ ଥିଲା

ଯେଉଁ ଜାତିର ସ୍ପର୍ଦ୍ଧିତ ସୀମାରେଖା

ଯାହାର ଅଦମ୍ୟ ବୀରତ୍ବର ପାଶେ

ରକ୍ତବାହୁ ଚଣ୍ଡାଶୋକ ନୋଇଁଥିଲା ମଥା

ସିଏ ଆଜି ହୀନବଳ ଦୁର୍ବଳ

ହତଶିରୀ ଦିଶେ କି ନାରଖାର!!

ହାତଟେକା ଟଙ୍କିକିଆ ଚାଉଳର ବସ୍ତା

ନେଇଛି ଛଡ଼ାଇ ସ୍ବାଭିମାନ କର୍ମନିଷ୍ଠା

ବିଲବାଡି ସବୁ ଗୋଚର ପଡିଆ ପଡିଛି

ନଗର ଗ୍ରାମରେ ନିଶାପାଣିର ଅବାଧ

ଅବାରିତ ଉଜାଣି ସୁଅରେ ଉଜୁଡ଼ି

ଯାଇଛି କେତେ ଯେ' ଘରସଂସାର!!

ଆଉ କିଏ ଯାଇଛି ଦାଦନ ଖଟିବାକୁ

ଦୂୂୂର ଦେଶ ଘରେ ଛାଡ଼ି ଅସହାୟ

ନିଃସହାୟ ବାପାମାଆ ସ୍ତ୍ରୀ ପିଲାଙ୍କୁ

ତା' ଫେରିବାର ରାହା ଚାହିଁ ଚାହିଁ

କିଛି ବି ସମ୍ପର୍କୀୟ ମରିହଜି ଗଲେଣି

ତଥାପି ତା'ର ଫେରିବାର ନାହିଁ!!

ଅତୀତର ଗୌରବ ଗାଥା ଗାଇକି

ବର୍ତ୍ତମାନକୁ ପ୍ରତାରିତ କରିବା କି

ହୋଇବ ଭବିଷ୍ୟତକୁ ଯଥେଷ୍ଟ?

ଯଦି ନକରିବା ଆମେ ଯଥା କର୍ମ

କିଏ ବା ଦେବ କେତେ ଦିନ ଅନ୍ନ?

ଯାବତୀୟ ଦୁଷ୍କୃତି ବିକୃତି ପରିହାରି

ଜୀଅଁ ହେ ଓଡ଼ିଆ ଶୁରବୀର ପରି!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract