STORYMIRROR

PRASANTA MALIK

Drama Tragedy Inspirational

3  

PRASANTA MALIK

Drama Tragedy Inspirational

ବିଦାୟ

ବିଦାୟ

1 min
65


ଲୋତକାୟ ବିତୃଷ୍ଣା ଭରା ନେତ୍ର ଯୁଗଳ

ଖିଲାପି ହୃଦୟର ବେଲଗାମ୍ ଜୁଲମ୍

କିଛି କ୍ଷଣ ଅଟକିବାକୁ ମନର ପ୍ରୟାସ

ଅଜସ୍ର ଅସଜଡା ସ୍ମୃତି ସବୁ ଅଳ୍ପ ମନେପଡେ

ଉପରେ ଛଳନାର ମେକଅପ୍ ଦିଆ ହସ

ଭିତରେ ଶାଣିତ ସ୍ମୃତି କୋରି ଦେଉଥାଏ

ଖାଲି ଠିକ୍ ଆଉ ଭଲର ପ୍ରଶଂସା

ଆଖିତଳୁ ଲୁଣିଆ ଜଳ ନିଗାଡି ହୋଇପଡେ

ବାସ୍ ଏଇ ଏକ ମୁହୂର୍ତ୍ତ ପରା ମଣିଷ ପଣିଆର

ମୁହୂର୍ତ୍ତକ ଷ୍ଟପେଜରେ ରଙ୍ଗିନ୍ ଚିତ୍ର ଚରିତ୍ର

କଥା ଆଜି ଉଲଟ ପାଲଟ

ସମସ୍ତେ ପରାଜିତ ପରାସ୍ତ ରେ ଶ୍ରେଷ୍ଠ

ଆଉ କ'ଣ ଅଛିକି ବଞ୍ଚିବାର ରାହା ?

ଏତିକି ନା,ଉତ୍ତମ ସମ୍ପର୍କ ଓ ଚରିତ୍ରର ମିଶ୍ରଣ !

ଜଣା ପଡେନା,

ଅନାବନା କାଗଜ,ଦୁବ ଘାସ,କିଛି ଜରିବନ୍ଧା ବାସି ଫୁଲ

ଇଏ ବି ମୂଲ୍ୟବାନ ଉପହାର ହୋଇପାରେ

ବିଦାୟର ପ୍ରତ୍ୟେକ ସ୍ପର୍ଶରେ ମୀମାଂସା ହୁଏ

ଅନ୍ତତକ ପଥୁରିଆ ପତ୍ରୀ ପାଲଟିଯାଏ

ବାବୁ,ସାହେବ,ସାର୍ ର ପଟାନ୍ତର ଭଟାହୁଏ

କିଏ ଆଲୋଚନାରେ କିଏ ସମାଲୋଚନାରେ 

ସମସ୍ତେ ଲୋଡ଼ନ୍ତି ଆଉ କିଛି ସମୟ ସଜାଗ ହେବାକୁ

ହେଲେ ସମୟତ ଇତିହାସ କରେ

ସେହିମାନଙ୍କୁ,

ଯିଏ ସମୟକୁ ସମୟ ଦିଏ.........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama