ବିଦାୟ
ବିଦାୟ
ଲୋତକାୟ ବିତୃଷ୍ଣା ଭରା ନେତ୍ର ଯୁଗଳ
ଖିଲାପି ହୃଦୟର ବେଲଗାମ୍ ଜୁଲମ୍
କିଛି କ୍ଷଣ ଅଟକିବାକୁ ମନର ପ୍ରୟାସ
ଅଜସ୍ର ଅସଜଡା ସ୍ମୃତି ସବୁ ଅଳ୍ପ ମନେପଡେ
ଉପରେ ଛଳନାର ମେକଅପ୍ ଦିଆ ହସ
ଭିତରେ ଶାଣିତ ସ୍ମୃତି କୋରି ଦେଉଥାଏ
ଖାଲି ଠିକ୍ ଆଉ ଭଲର ପ୍ରଶଂସା
ଆଖିତଳୁ ଲୁଣିଆ ଜଳ ନିଗାଡି ହୋଇପଡେ
ବାସ୍ ଏଇ ଏକ ମୁହୂର୍ତ୍ତ ପରା ମଣିଷ ପଣିଆର
ମୁହୂର୍ତ୍ତକ ଷ୍ଟପେଜରେ ରଙ୍ଗିନ୍ ଚିତ୍ର ଚରିତ୍ର
କଥା ଆଜି ଉଲଟ ପାଲଟ
ସମସ୍ତେ ପରାଜିତ ପରାସ୍ତ ରେ ଶ୍ରେଷ୍ଠ
ଆଉ କ'ଣ ଅଛିକି ବଞ୍ଚିବାର ରାହା ?
ଏତିକି ନା,ଉତ୍ତମ ସମ୍ପର୍କ ଓ ଚରିତ୍ରର ମିଶ୍ରଣ !
ଜଣା ପଡେନା,
ଅନାବନା କାଗଜ,ଦୁବ ଘାସ,କିଛି ଜରିବନ୍ଧା ବାସି ଫୁଲ
ଇଏ ବି ମୂଲ୍ୟବାନ ଉପହାର ହୋଇପାରେ
ବିଦାୟର ପ୍ରତ୍ୟେକ ସ୍ପର୍ଶରେ ମୀମାଂସା ହୁଏ
ଅନ୍ତତକ ପଥୁରିଆ ପତ୍ରୀ ପାଲଟିଯାଏ
ବାବୁ,ସାହେବ,ସାର୍ ର ପଟାନ୍ତର ଭଟାହୁଏ
କିଏ ଆଲୋଚନାରେ କିଏ ସମାଲୋଚନାରେ
ସମସ୍ତେ ଲୋଡ଼ନ୍ତି ଆଉ କିଛି ସମୟ ସଜାଗ ହେବାକୁ
ହେଲେ ସମୟତ ଇତିହାସ କରେ
ସେହିମାନଙ୍କୁ,
ଯିଏ ସମୟକୁ ସମୟ ଦିଏ.........।