STORYMIRROR

PRASANTA MALIK

Tragedy Inspirational

3  

PRASANTA MALIK

Tragedy Inspirational

ମୋ ବାପା

ମୋ ବାପା

1 min
349

ଦିନସାରା ଦେହଟାକୁ ଶାଣ ଦେଇ ଦେଇ

ଠିକ୍ ରାତି ନଅଟା ବେଳେ ଶୋଇ ପଡନ୍ତି ମୋ ବାପା

ତାଙ୍କ ସ୍ବପ୍ନ ଚାଦରଟା ତଳେ ବିଛେଇ ଦିଅନ୍ତି

ଆଉ ଘୋଡି ପଡନ୍ତି

ମୋ ସ୍ଵପ୍ନଟାକୁ କମ୍ବଳ କରି ଜାକିଜୁକି

ତାଙ୍କ ଚାଦରଟା ହୁଏ ଲୋଚାକୁଚା

ମୋ କମ୍ବଳଟା ତ ସାତ ଫଟା

ତଥାପି ଆରମ୍ଭରୁ ଅପରାହ୍ନ ଛାଡନ୍ତି ନାହିଁ ମୋ ବାପା

ବୋଧହୁଏ ବାପାଙ୍କୁ ସ୍ବପ୍ନ ଆସେନା

ଜୋର କରି ମାଡ଼ି ବସି ଥାନ୍ତି ମୋ ସ୍ବପ୍ନଟାକୁ

କାଳେ ଭୂଲିଯିବେ ବୋଲି

ମୁଁ ବି ଦେଖେ

ପାରିବାପଣକୁ ପାର କରି

ଅନାୟାସରେ ସବୁ କିଛି ଢାଳି ଦିଅନ୍ତି ମୋ ବାପା

ସକାଳେ ଉଠି କୋଦାଳଟା କାନ୍ଧରେ ପକାନ୍ତି

ବିଲକୁ ଯାଆନ୍ତି

ସେଠି ହାଣି ସମାନ କରି ଦିଅନ୍ତି ନିଜର ସ୍ବପ୍ନ ସବୁ

ଆଶା ସବୁ ଭାବନା ସବୁ

ତା ଉପରେ ପୋତି ଦିଅନ୍ତି ପ୍ରତ୍ୟାସର ମଞ୍ଜି ଟିଏ

ଗରଳ ଫିଙ୍ଗା ଖରାଟାରେ ମୁନ୍ଦା ଲୁଣିଆ ଜଳ ଢାଳନ୍ତି

ରକ୍ଷା କରନ୍ତି ମୋ ବାପା

ବାପାଙ୍କର ଫଳ ପ୍ରତି ଲୋଭ ନାହିଁ

ଲୋକେ କୁହନ୍ତୁ

ଭଲ ଫଳ ଫଳିଛି ବୋଲି

ଖାଲି ଏତକ ଚାହାଁନ୍ତି ମୋ ବାପା



Rate this content
Log in

Similar oriya poem from Tragedy