STORYMIRROR

PRASANTA MALIK

Classics

3  

PRASANTA MALIK

Classics

ଟିକିଏ ଟିକିଏ କଥାରେ.....!!!!!

ଟିକିଏ ଟିକିଏ କଥାରେ.....!!!!!

1 min
305

ଟିକେ ଟିକେ କଥା ନଭାବି ନଚିନ୍ତି

ଯେବେ ତୁମେ କହିଦିଅ

ଛୋଟ ଛୋଟ କଥା ଦିଏ ବଡ଼ ବ୍ୟଥା

ଆଖିରୁ ଝରାଏ ଲୁହ


ଟିକିଏ କଥାରେ ମଣିଷ ଯେ ଭାଙ୍ଗେ

ଟିକି ଟିକି କରେ ସମ୍ପର୍କ ଭାବ

ଟିକିଏ କଥାରେ ପରିବାର ଭାଙ୍ଗେ

ସଭିଏଁ ଏ କଥା ମନେ ରଖିବ


ଟିକେ କଥା ଦେଇ ନ ରଖିବ ଯେବେ

ଛଳନା ଦାଗରେ ପଡ଼ିବ ଗାର

ସଭିଏଁ ଭୁଲିବେ ହଜାରେ ଭଲକୁ

ମନେ ରଖିବେ ସେ ଛଳନା ତୀର


ଯେବେ ତୁମେ ଥାଅ ସାଙ୍ଗ ମେଳେ,ଅବା

ଯେବେ ତୁମେ ଥାଅ କଥାରେ ମାତି

ଛୋଟ କଥା ଟିକୁ ଦେଉଥିବ ଧ୍ୟାନ

କେବେ ନକରିବ କାହା ପ୍ରତି ହୀନ ପ୍ରବୃତ୍ତି


ଛୋଟ କଥା ଟିଏ ଦିଏ ବହୁ ଖୁସି

ହୃଦୟରୁ ଦିଏ ଦୁଃଖ ପାସୋରି

ଟିକି ଟିକି କଥା ଦିଏ ସ୍ନେହ ପ୍ରେମ

ଯେବେ ହୃଦୟ ସହିତେ ହୃଦୟର ଭାବ ଯାଏ ବତୁରୀ


ଥିଲେ ଯହିଁ ତହିଁ ଗହଳ ଚହଳେ

ହେଉ ଅବା କେଉଁ ସଭା ସ୍ଥଳେ

ଛୋଟ ଛୋଟ କଥା କହିବ ସଜାଡି

ପ୍ରଶଂସାର ପୁଷ୍ପ ପଡ଼ିବ ଯେ ଝରି


କହିବା ଆଗରୁ ଭାବିଦେବ ଥରେ

ଯେପରି କାହା ହୃଦେ ନ ହେଉ କଷ୍ଟ

ଟିକିଏ କଥାକୁ ଭାବି କହୁଥିଲେ

ସଭିଏଁ ଲଭିବେ ଏ ଜନେ ଶ୍ରେଷ୍ଠ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics