STORYMIRROR

PRASANTA MALIK

Abstract

3  

PRASANTA MALIK

Abstract

ଆମ ଗାଁ ନଈର ଦୁଃଖ

ଆମ ଗାଁ ନଈର ଦୁଃଖ

1 min
11.8K


ସମାନ୍ତରାଳ ସରଳରେଖା ସମ ବିଦ୍ୟମାନ

କାହିଁ ଗଲାଣି କେତେ କାଳ,

ଉଚ୍ଚ ନଈ ଆଖିରେ ବଦଳି ଗଲେଣି

ଛୋଟ ବଡ଼ କଣ୍ଟା ବୁଦା ସବୁ

ହେଲ ସେ,ରଚିନାହିଁ କେବେ ବିଭୀଷିକା

ହୋଇନାହିଁ କେବେ ବିମାତା


ନଈ ପାଖରେ ମେଞ୍ଚା ମେଞ୍ଚା କେତକୀର ଗୁଚ୍ଛ

ଗୋଟିଏ ହାରରେ ମାଳି ଭଳି ଗୁନ୍ଥି ହୋଇଥିଲେ

ସ୍ବାଗତ ଜଣାଉଥିଲେ ଗ୍ରାମବାସୀ ମାନଙ୍କୁ

ମହ ମହ ବାସରେ,

ଆଜି ନାହିଁ ସେ ବାସ

ନଈ ଝୁରୁଛି,ସେମାନଙ୍କୁ

ନାହାନ୍ତି ତା ସାଥି ଜୀବ ଯନ୍ତୁ

ଯାହାଙ୍କର ମେଣ୍ଟାଉଥିଲା ସେ ଶୋଷ


ଯିଏ ଦିନେ ଶ୍ରାବଣର ଶ୍ରାବଣୀ ସାଜି

ସଜେଇ ହେଉଥିଲା ସବୁଜ ପାଟଶାଢ଼ୀରେ

ଏବେ ସେ ରଙ୍ଗିନ ହେବାକୁ ବାଧ୍ୟ

ଆଧୁନିକ ସଭ୍ୟ ସମାଜରେ,

ପ୍ରତିବର୍ଷ ଶ୍ରାବଣରେ,ସବୁଜିମାରେ

ହରାଭରା ହେବାକୁ ଚେଷ୍ଟା କରେ

ହେଲେ ତାକୁ ଟାଣି,ଓଟାରି,ବିଭତ୍ସ କରି

ତା'ର ଉପରେ ଅଧିକାର ସାବ୍ୟସ୍ତ କରନ୍ତି

ଏ ଲୋକ ସବୁ


ନଈ ଆର ପାଖ ଆଡିରେ

ଏକାକୀ ମୂକ ସାକ୍ଷୀ,ଝଙ୍କାଳିଆ ବୁଢ଼ା ତେନ୍ତୁଳି ଗଛ

ପିଇ ଦେଇଛି ସ୍ମୃତି ସମୟ ସବୁକୁ ଜଳ କରି

ତା'ର ପାଖ ଦେଇ ଚାଲିଗଲେ,

ଚହଲାଇ ଦିଏ ହୃଦୟକୁ

ଢାଳି ଦିଏ ସମୟ ପରସ୍ତରୁ ଅସରାଏ ବର୍ଷା ଆଣି

ଚଗଲାମି ପିଲା ବେଳର

ମନେ ପକାଇ ଦିଏ,ଅତୀତର ମୁକ୍ତା ସବୁ

ନଦୀ ମା' କୋଳର

ଷଢ ଋତୁ ବାରମାସ ଗୋଧୂଳିର ବେଳାର


କେଜାଣି କାହିଁକି ଆଜି

ବଢି ଯାଉଛି ମଣିଷର ଶୋଷ ?

ସମସ୍ତ ପ୍ରକୃତିକୁ ଗିଳି ଦେଇ

କହିବାକୁ ଚାହେଁ କି,

ମୁଁ ମନୁଷ୍ୟ ରୂପି ରାକ୍ଷସ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract