STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ବିଚିତ୍ର ସମ୍ପର୍କ

ବିଚିତ୍ର ସମ୍ପର୍କ

1 min
317


ଯାହାକୁ ଭାବୁଛି ନିଜର ନିଜର

ସିଏ ଭାବୁଅଛି ପର

ଅନ୍ଧ ଭଳି ଭାବେ ବିଶ୍ୱାସ କରୁଛି

ଵୋକାମି ସତେ କି ମୋର।

ସବୁ ଜାଣିଶୁଣି ଅଜଣା ହେଉଛି

କିମିଆ କରିଛି ମୋତେ

କାହିଁକି କେଜାଣି ମନ ମୋର ଝୁରେ

ଜାଣି ପାରୁନାହିଁ ସତେ।

ସରଳ ବିଶ୍ୱାସୀ ସରଳ ମନଟା

ହୃଦୟଟା ଅଟେ ମୋର

ତୁମ ମନେ ଯଦି ମୋ ପାଇଁ ଛଳନା

କହୁଛ କାହିଁ ନିଜର।

ତଥାପି ମନଟା ହୁଏ ବ୍ୟାକୁଳତା

ଅସ୍ଥିର କାହିଁକି ହୁଏ

ଭସା ବାଦଲର ପବନ ସୁଅରେ

ସମୟ ଵଦଳି ଯାଏ।

ନାହିଁ ମନୋଭାବ ନାହିଁ ପ୍ରୀତିଭାଵ

ସମାନ କେମିତି ହେବ

ଯେତେ ଵି ସମ୍ପର୍କ ଗଢିଲେ ସେ ସୁଧା

ପର କି ଆପଣା ହୋଇଵ।

କେଉଁ ଅପରାଧ କରିଥିଲି ମୁହିଁ

ଥିଲା କି ମୋହର ଦୋଷ

ମନେ ଆଶା ଭରି କରିଦେଲ ଚୁନା

ଭାଙ୍ଗି ଗଲା ମୋ ବିଶ୍ୱାସ।

ଦେଇଥିଲ କଥା ଛୁଇଁ ମୋର ମଥା

ଭାବିଵନି କେବେ ପର

ହେଲେ ଆଜି ତୁମେ ଭୁଲି କି ପାରିଲ

କରିଦେଇ ସାତପର।

ଭୁଲିଗଲ ତୁମେ ସେହି ଦିନ କଥା

ମନେ ପଡୁଅଛି ମୋର

ଆଉ କାହା ସାଥୀ ହୋଇଲ କେମିତି

ହୃଦୟ ଭାଙ୍ଗିଲା ମୋର।

କଥା ଦେଇ କଥା ରଖିଲନି ପାରି

ସମ୍ପର୍କ ତ ଛିନ୍ନ ହେଲା

ସେନେହ ସମ୍ପର୍କ ହୋଇଗଲା ତୁଚ୍ଛ

ସପନ ମଉଳି ଗଲା।

ମିଛ ଏ ଦୁନିଆ ଲାଗେ ନୂଆ ନୂଆ

କେମିତି ସମ୍ପର୍କ ଇଏ

ଋତୁ ପରେ ଋତୁ ବଦଳିଲା ପରି

ସମ୍ପର୍କ ବଦଳିଯାଏ।

ପରିଚିତ ଏଠି ହୁଅଇ ଅଚିହ୍ନା

ଅଜଣା ନିଜର ହୁଏ

ଭାଙ୍ଗି ଦେଇ ତୁମେ ମନେ ଖୁସି ହୁଅ

ବିଚିତ୍ର ସମ୍ପର୍କ ଇଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy