ବିଛୁରିତ ଇତିହାସ
ବିଛୁରିତ ଇତିହାସ
ବିଚ୍ଛୁରିତ ଇତିହାସ
ମନ ଦର୍ପଣ ରେ କରେ ଉପହାସ
କେବେ ନିଜକୁ ତ କେବେ ଅନ୍ୟ କୁ ଦେଖି
ସମ୍ପର୍କ ସ୍ମୃତି ର ନାମେ କରେ ନୃତ୍ୟ ହସ
ବିଚ୍ଛୁରିତ ଇତିହାସ
ବେରଙ୍ଗ ଜୀବନେ ହୁଏ ବିରଞ୍ଜିତ
ନାଚେ ତାଣ୍ଡବ କରେ ଉତ୍ପାତ
କାଳେ କରାଳ କାଳ ର କି ପ୍ରକାର ଇଙ୍ଗିତ
ବିଚ୍ଛୁରିତ ଇତିହାସ
ପୂର୍ଣ୍ଣ ପୂର୍ଣ୍ଣିମା ର ଅପୂର୍ଣ୍ଣ ଅଭିପ୍ସା
ଗର୍ଜନ କରେ ଘନ ଝିଙ୍କାରୀର ନିଶା
ଭାଙ୍ଗେ ବିଶ୍ୱାସ ଭାଙ୍ଗେ ନିଜ ଆଶା
ବିଚ୍ଛୁରିତ ଇତିହାସ
ସ୍ତବ୍ଧ ନେତ୍ର ର କ୍ଷୁଧିତ ଚିତ୍ର
ଅସ୍ପଷ୍ଟ ବାଣୀ ଭାବ ବିଚିତ୍ର
ପଲ୍ଲବିତ ମାନସ ଖୋଜେ ପ୍ରେୟସୀ ପତ୍ର
ବିଚ୍ଛୁରିତ ଇତିହାସ
ନଥାଏ ପତ୍ର ନ ଥାଏ ସନ୍ଦେଶ
କାଳ କରେ ସତେ ବିଚିତ୍ର ଉପହାସ
କରେ ସନ୍ଧାନ ଦିଶେ ଦର୍ପଣେ ମୁଖମାନ
ବିଚ୍ଛୁରିତ ଇତିହାସ
ମଥା ସିନ୍ଦୁର କରେ ମାଗୁଣି
କର ପୁନର୍ବାର ମୋତେ ସାଧବାଣୀ
ନଚେତ ଦିଅ ଅନୁମତି ହେବି ମୁଁ ସତୀ
ବିଚ୍ଛୁରିତ ଇତିହାସ
ଶଙ୍ଖା ଭାଙ୍ଗିଲା ସିନ୍ଦୁର ଲିଭିଲା
ମଧୁର ପିରତି ର ଅଧ୍ୟାୟ ହଜିଲା
ବିଧବା ଶାପ ରେ ଅଭିଶପ୍ତ ହୋଇଲା
ବିଚ୍ଛୁରିତ ଇତିହାସ
ବିଭୀଷିକା ମୟ ସ୍ୱପ୍ନ ର ପ୍ରକୃତ ସମାବେଶ
କାହାକୁ ଅବା ଦେବ ଦୋଷ , ଭାଗ୍ୟ ରୁ ହରିଲା ବିଶ୍ୱାସ
ଏହାପରେ ହେଲା ନାହିଁ ଦୁଃଖ ର ଶେଷ
ବିଚ୍ଛୁରିତ ଇତିହାସ
ନାଟକ ର ଶେଷ ଦୃଶ୍ୟ ହେଲା ଯବନିକା ପାତ
ଆସିଲା ସେ ଖୁସି ର ଦିବସ ,ବିଭୀଷିକା ସ୍ୱପ୍ନ ନିପାତ
ଦୂର ଦୁନ୍ଦୁଭି ରେ ଗୁଞ୍ଜରିଲା ନିବାସ
ବିଚ୍ଛୁରିତ ଇତିହାସ
ଗୁପ୍ତ ଇତିହାସ ଏବେ ହେଲା ବିଚ୍ଛୁରିତ
ପୁନଃ ସିନ୍ଦୂର ପାଇ ହେଲା ଉଲ୍ଲସିତ
ଦୁଃସହ ଜୀବନ ପାଇଲା ମଧୁରେ ସମାପ୍ତ
ଏକ ବୀର ସୈନିକ ପତ୍ନୀ ର ଭାବନା।ପ୍ରଥମ ଇତିହାସ ରେ ସୈନିକ ଦୂର ରାଜ୍ୟକୁ ଚାଲି ଯାଇଛି।ତେଣୁ ପତ୍ନୀ ଏକାନ୍ତ ବାସ ର ଦୁଃଖ ର ବର୍ଣନା ହୋଇଥିଲା। ପୂର୍ଣ୍ଣିମା ରାତିରେ ଅପୂର୍ଣ୍ଣ ଅଭିପ୍ସା ରେ ତଥା ନିଶାର ତୃତୀୟ ପ୍ରହରେ ଝିଙ୍କାରୀ ର ଝୀଂ ଝୀଂ ଶବ୍ଦ ରେ ନିଜକୁ ଭୟଭୀତ ମନେ କରିଛି
ସୈନିକ ର କୌଣସି ପତ୍ର କିମ୍ବା ସନ୍ଦେଶ ନଥାଏ
।ତେଣୁ ମନେ ମନେ ଭାରି ମନ ଖୋଜୁ ଥାଏ।ହଠାତ ଭୁଲ ଖବର ଆସିଲା କି ସୈନିକ ମୃତ।ତେଣୁ ସମାଜ ତାହାକୁ ବିଧବା ସଜାଇଲା।କିନ୍ତୁ ପତ୍ନୀ ର ମନ ମାନିବାକୁ ପ୍ରସ୍ତୁତ ନଥାଏ।ସମାଜ ପ୍ରତିବାଦ କରେ ମୋତେ ସାଧବାଣୀ କିମ୍ୱା ସତୀ ହେବାକୁ ଦିଆଯାଉ।
ସମାଜ ତାହାକୁ ବିଧବା ଶେଷେ ସଜାଇଲା। ନିଜ ମଧୁର ସମ୍ପର୍କ ର ଅଧ୍ୟାୟ କୁ ହଜେଇଲା।ପରେ ନିଜ ସ୍ୱାମୀ କୁ ଆଉ ପାଇବ ନାହିଁ ବୋଲି ସ୍ଥିର କରିନେଲା ।ଏମିତି କେତେ ଦିନ ବିତି ଗଲା ।ଦିନେ ତାହାର ସ୍ୱାମୀ ନିଜ ଗୃହେ ପଦାର୍ପଣ କଲା ।ଏବଂ ଦୁଃଖ ଓ ଦୁର୍ଭାଗ୍ୟ ର ଯବନିକା ପାତ ହୋଇଗଲା