ବିଚ୍ଛୁରିତ ସ୍ତୁପ
ବିଚ୍ଛୁରିତ ସ୍ତୁପ
ସାଗର ତୀର ବେଳା ଭୂମିରେ
ଯେଉଁ ସ୍ତୁପ ମାନ ଗଢି ଥିଲେ
କେତେ କେତେ ପ୍ରେମ ପୀରତି
ଫଗୁ ଦେଇ ଆମ୍ଭେ ତୋଳି ଥିଲେ ।
ଅନାମନା ଦୁଷ୍ଟ ଢେଉର ଆବେଗ
ଭଗ୍ନ ବିଚ୍ଛୁରିତ କରିଦେଇ
ହାସ୍ୟ ହାସ୍ୟ ମୁଖେ ଫେରିଗଲା
ଦେଖ ସାଗର ଗଭୀରେ ଯାଇଁ ।
ଅସମ୍ପୂର୍ଣ୍ଣ ଆମ୍ଭ ରହିଗଲା ସ୍ତୁପ
ଭାବ ପୀରତି ର ନିରପେକ୍ଷ ସ୍ଵପ୍ନ
ଗଢିବି ଯେବେ ଭାବି ମୁଁ ବସିଲି
ପୁନଃ ସେହି ସ୍ତୁପ ମାନ ।
ସାଗର ଅଛି ସେହି ବେଳାଭୂମି ମଧ୍ୟ
ବାଲୁକା ରେଣୁ ସହ ଦୁଷ୍ଟ ଢେଉର ସାନ୍ନିଧ୍ୟ
ଅନୁପସ୍ଥିତ ଯାହା ତୁମର ହିଁ ଥିଲା
ହୃଦୟ କୁ ମୋର ଜର୍ଜରିତ କଲା ।
ଅଜବ ଏ ସମୟ ନା ଅଜବ ଏ ସ୍ଥିତି
ଦିନେ ତୁମେ ଥିଲ ଆଉ ମୁଁ ଥିଲି ଏଠି
ସମୟ ର ବିଡ଼ମ୍ବନା ତ ଦେଖ
ଯାହା ସ୍ମୃତି କୁ ବିଛାଡି ରଖେ ।
ଯେଉଁ ଦିଗେ ଗଲେ ଯେଉଁ ସ୍ଥାନେ ଗଲେ
ତୁମ ଭାବନା ଯେ ମର୍ମାହତ କରେ
କେବେ ଖୁସି ଦିଏ ଭାବନା ତୁମର
କେବେ ପୁଣି ଲୁହ ଭରି ଦିଏ ।
ଅନେକ କଳ୍ପନା ଅନେକ ଯଳ୍ପନା
ସଦା ମନେ ଢେଉ ମାରେ
ଅସରନ୍ତି ତୁମ ଭାବନା ସାଗର
ଆଖି ଲୁହେ ଯାହା ଭରେ ।
ଭଗ୍ନ ଏହି ମୋର ବିଚ୍ଛୁରିତ ମୋର
ସ୍ତୁପ ମୋର ପ୍ରେମ ଭରା ବାଲୁକା ରେଣୁର
ସ୍ତୁପ ମୋର ପ୍ରେମ ବାଲୁକା ରେଣୁର
ସ୍ତୁପ ମୋର ଏହି ବାଲୁକା ରେଣୁର ।